ଦେଖନ୍ତୁ ଭିଡ଼ିଓ: ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍ ସାଗର, କହିଲେ ମୁଁ କିଛି କରିନି, ମର୍ଡର କରିବା ପାଇଁ...

 

ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଏବଂ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଶ୍ରେୟା ମିଶ୍ର। ଏଭଳି ଅଭିଯୋଗ ପରେ ଆଜି ଉଭୟେ ଥାନାରେ ହଜ଼ାର ହୋଇଥିଲେ। ତେବେ, ଥାନାରୁ ବାହାରିବା ପରେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ।

ଝିଅକୁ ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିବା ହ୍ୟୁମାନଙ୍କ ଶ୍ବଶୁର ଅଭିଯୋଗ କରିଥିଲେ। ଏଥିନେଇ ମିଡିଆ ପକ୍ଷରୁ ପଚରା ଯିବାରୁ ଶ୍ବଶୁର ଘର ଲୋକେ ମିଛ କହୁଛନ୍ତି, ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କଣ ମର୍ଡରର ବୋଲି ହ୍ୟୁମାନ କହିଛନ୍ତି। ଏହା ବ୍ୟତୀତ ସେ ନିଜ ସ୍ତ୍ରୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିନଥିବା ମଧ୍ୟ କହିଛନ୍ତି।

<a href=https://youtube.com/embed/hfQUH0pHe_k?autoplay=1&mute=1><img src=https://img.youtube.com/vi/hfQUH0pHe_k/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏସିପି ଅମିତାଭ ମହାପାତ୍ର ଦେଇଥିବା ସୂଚନା ଅନୁଯାଇ ଆଜି ଉଭୟ ପତିପତ୍ନୀ କାଉନସିଲିଂ ପାଇଁ ଆସିଥିଲେ। ତେବେ, ସେମାନେ ଆଲୋଚନା କରିବା ପାଇଁ ୨ ଦିନ ସମୟ ନେଇଛନ୍ତି। ଏହି ୨ ଦିନ ମଧ୍ୟରେ କୌଣସି ସମାଧାନ ନ ହେଲେ ହ୍ୟୁମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।