ସୃଷ୍ଟି ହେଲା ଆଉ ଏକ ଲଘୁଚାପ! କାଲିଠୁ ପ୍ରବଳ ବର୍ଷିବ ଏହି ୧୬ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ ପୂରା ଖବର

 

ଲଗାଣ ବର୍ଷା ଏବଂ ବନ୍ୟାରେ ଉବୁଟୁବୁ ହେଉଛି ସାରା ଓଡ଼ିଶା। ରାଜ୍ୟର ପ୍ରାୟ ସମସ୍ତ ନଦୀ ବିପଦ ସଂକେତ ଠାରୁ ଉର୍ଦ୍ଧରେ ପ୍ରବାହିତ ହେଉଥିବା ବେଳେ କେତେକ ସ୍ଥାନରେ ଘାଇ ଭାଙ୍ଗି ବନ୍ୟା ପାଣି ଘର ଭିତରକୁ ପ୍ରବେଶ କରିଛି। ଏହାରି ଭିତରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ହେତୁ ଏଭଳି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କୁହାଯାଉଛି।

ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାଇ ୧୯ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଏପରିକି ୧୯ ରୁ ୨୦ ତାରିଖରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ଅନୁମାନ କରାଯାଉଛି।

ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳ ଆଦି ଜିଲ୍ଲାକୁ ୟେଲ୍ଲୋ ୱାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ଜିଲ୍ଲା ଯଥା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବନ୍ୟାରେ ଯେପରି ଗୋଟିଏ ହେଲେ ଜୀବନ ହାନି ନ ହୁଏ ସେଥିନେଇ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।