ବିଚ୍ ରାସ୍ତାରେ ଯୁବତୀ ଓ ଯୁବକଙ୍କ ମଧ୍ୟରେ ହେଲା ପ୍ରବଳ ଗଣ୍ଡଗୋଳ, ଯୁବତୀ ଜଣକ ମାନିଲେ ହଁ ଟଙ୍କା ନେଇଛି ହେଲେ... ଦେଖନ୍ତୁ ଭିଡ଼ିଓ

 

ଫେସବୁକରୁ ଦେଖାସାକ୍ଷାତ ଏବଂ ତାପରେ ନିବିଡ଼ ବନ୍ଧୁତା। କିନ୍ତୁ, ଏହାପରେ ଟଙ୍କା ନେବା ଦେବାକୁ ନେଇ ଆରମ୍ଭ ହେଲା ମହାଭାରତ। ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ଅଶଭ୍ୟ ଭାଷାରେ ଗାଳି କରିବା ସହିତ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅର୍ନ୍ତଗତ ବେଗୁନିଆପଡା ଠାରେ ଏଭଳି ଘଟଣା ଘଟିଥିବା ବେଳେ ବଚସାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବେଗୁନିଆପଡା ଦେଉଳିଆପଲ୍ଲୀ ଗ୍ରାମର ସମିତାଙ୍କର ପାଖ ଗାଁର ରଞ୍ଜିତଙ୍କ ସହିତ ସୋସିଆଲ ମିଡିଆରେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିବା ପରେ ସମିତା ରଞ୍ଜିତଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ସମୟରେ ସେହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିଚ୍ ରାସ୍ତାରେ ବଚସା ହୋଇଥିଲା।

<a href=https://youtube.com/embed/irI4OVp0hD0?autoplay=1><img src=https://img.youtube.com/vi/irI4OVp0hD0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସମିତାଙ୍କ କହିବା ମୁତାବକ ସେ ରଞ୍ଜିତଙ୍କର ସବୁ ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ, ଏହାପରେ ମଧ୍ୟ ରଞ୍ଜିତ ଅଧିକ ଟଙ୍କା ମାଗିବା ସହିତ ବାରମ୍ବାର ଫୋନ କରି ଆସୁଥିଲେ। କେବଳ ଏତିକି ନୁହେଁ ଅଧିକ ଟଙ୍କା ନଦେଲେ ଅଶ୍ଲୀଳ ଫୋଟୋ ଭାଇରାଲ କରିବା ସହିତ ରଞ୍ଜିତ ସମିତାଙ୍କ ଭାଇକୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ତାଙ୍କ ଫୋଟକୁ ପୋଷ୍ଟ କରି ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଉଥିବାରୁ ରଂଜିତଙ୍କ ବିରୋଧରେ ଦୃଢ କର୍ଯ୍ୟନୁଷ୍ଠାନ ନେବା ପାଇଁ ସମିତା ଅଭିଯୋଗ କରିଛନ୍ତି।