ସ୍ପଷ୍ଟୀକରଣ ଦେଲେ ବାବୁସାନ୍, ମା ଅପରାଜିତାଙ୍କ ଅଭିଯୋଗକୁ ମିଛ ଦର୍ଶାଇ କହିଲେ, ପ୍ରକୃତି ମତେ କେବଳ... 

 

ଓଲିଉଡ଼ ଷ୍ଟାର ଅଭିନେତା ବାବୁସାନ ଏବଂ ନାୟିକା ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଗତକାଲି ରାଜଧାନୀର ସହିଦନଗର ରାସ୍ତାରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଖୁଲମଖୁଲା ଝଗଡ଼ା ହେବାପରେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାରି ଭିତରେ ବାବୁସାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନୂଆ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି; ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ଭଲ ସହଯୋଗ କରୁଛି। ଏହାସହ ମା ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ ଓ ମିଛ ବୋଲି କହିଛନ୍ତି।

ପୂର୍ବରୁ ଆଉ ଏକ ଭିଡ଼ିଓ ସେୟାର କରି ବାବୁସାନ କହିଛନ୍ତି ଯେ ସେ ଚେନ୍ନାଇରେ ଅଛନ୍ତି ଏବଂ ଏଠାରେ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି। ସେଠାରେ ସେ ଏବଂ ପ୍ରକୃତି ମିଶ୍ର ଆଗକୁ କରିବାକୁ ଯାଉଥିବା ଏକ ନୂଆ ସିନେମାର ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ, ଏତେ ସବୁ ଘଟଣା ଘଟିଯିବା ପରେ ସେ ପ୍ରକୃତିଙ୍କ ସହିତ ଆଉ କୌଣସି ଫିଲ୍ମ କରିବେ ନାହିଁ।

ନିଜ ଘରେ ଏହାକୁ ନେଇ ଏତେ ଅଶାନ୍ତି ଚାଲିଛି ବୋଲି ସେ ଜାଣିନଥିବା ବାବୁସାନ କହିଛନ୍ତି। ଆଗକୁ ପ୍ରକୃତିଙ୍କ ସହିତ ସେ କୌଣସି ଚଳଚିତ୍ର କରିବେ ନାହିଁ କେବଳ ଯେ ପ୍ରକୃତି ତାହା ନୁହେଁ ବରଂ ଦରକାର ପଡ଼ିଲେ ସେ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହିତ ଚଳଚିତ୍ର କରିବେ ନାହିଁ ବୋଲି ମତ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲିର ଘଟଣା ପରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଏବଂ ଶାଶୂ ଅପରାଜିତା ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି।