ବର୍ଷାଙ୍କ ପାଇଁ ଜୀବନ ହାରିଲେ ବ୍ୟବସାୟୀ ରାହୁଲ! ନ୍ୟାୟ ଦାବି କଲେ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

 

ଶ୍ୱଶୁରଘର ଲୋକଙ୍କ ମିଛ ଅଭିଯୋଗ ଏବଂ ଦିଆଯାଉଥିବା ମାନସିକ ନିର୍ଯାତନାକୁ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ। ଏଥିନେଇ ସେ ସ୍ପଷ୍ଟ ଭାବରେ ଏକ ଭିଡ଼ିଓରେ ଉଲ୍ଲେଖ କରିଥିବା ବେଳେ ସିନେଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ କରି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି।

ଅନୁଭବ ବୁଧବାର ସଂଧ୍ୟାରେ ଏକ ଟ୍ୱିଟ କରି ଲେଖିଛନ୍ତି ଯେ," ଏହି ହୃଦୟ ବିଦାରକ ଘଟଣା ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ରାଉରକେଲା ଏସପିଙ୍କୁ ଅନୁରୋଧ କରୁଛି। ପବିତ୍ର ଆତ୍ମାକୁ ନ୍ୟାୟ ମିଳିପାରି ନାହିଁ ସତ! ଅନ୍ତତଃପକ୍ଷେ ତାଙ୍କ ଅଭିଯୁକ୍ତ ଶାଶୁ, ଶ୍ୱଶୁରଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ,ରାହୁଲଙ୍କ ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ଦେଇପାରେ'। ସେ ଟ୍ୱିଟରେ #JusticeForRahul ଲେଖିବା ସହ ରାଉରକେଲା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।