ଭୁଷୁଡ଼ିଗଲା 5ଟି ହାଇସ୍କୁଲର, ମେଡିକାଲ ରେ ଭର୍ତି ହେଲେ ସ୍କୁଲ ଛାତ୍ର ଛାତ୍ରୀ 

 

ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଆଉ ସବୁ ପ୍ରକାରର ଜିନିଷକୁ ନେଇ ଆସୁଥିବା ଖବର ଜାଣିପାରିବେ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନଙ୍କ ପାଇଁ ସୋସିଆଲ ମିଡ଼ିଆ ସହଜ ଏଵଂ ସରଳ ମାଧ୍ୟମ ପାଲଟିଛି। 

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ପୂର୍ବତନ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି। 

ତେବେ ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକ, ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖସିପଡିଲା ଫାଇଭ୍ ଟି ହାଇସ୍କୁଲର ସ୍ମାର୍ଟ କ୍ଲାସର ସିଲିଂ। ଏଥିରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି । 

ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁନ୍ଦଳ ପଞ୍ଚାୟତ ମଲିହାଶୁଣି ହାଇସ୍କୁଲରେ ।୨ ବର୍ଷ ତଳେ ଫାଇଭ୍ ଟି ସ୍କୁଲ ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା । ତେବେ ଗତକାଲି ହଠାତ୍ ଶ୍ରେଣୀ ଗୃହର ସିଲିଂ ଖସିପଡିଥିଲା । ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ । 

ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ସେପଟେ ନିମ୍ନମାନର କାମ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ କରିବାକୁ ବିଧାୟକ ଅମର ନାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।