୩୦୦ ୟୁନିଟ ବିଜୁଳି ଫ୍ରି ଦେବେ ବୋଲି କହିଥିଲେ, ଏବେ କଣ ହେଲା ? ତାର ହିସାବ କିଏ ଦେବ

 

ଏବେ ଆପଣମାନେ ଏହି ଭିଡିଓରେ ଏଭଳି କିଛି ଖବର ପାଇବେ ଯାହା ଆଜିକାର ରାଜନୀତିକୁ ନେଇ ଆସିଛି । ଆପଣମାନେ ସମସ୍ତେ ତ ଓଡ଼ିଶାରେ ଶାସନ କରୁଥିବା ବିଜେପି ନିର୍ବାଚନ ସମୟରେ ଦେଇଥିବା ସଂକଳ୍ପ ବିଷୟରେ ଜାଣିଥିବେ । 

ନିର୍ବାଚନ ସମୟରେ ଅନେକ ଦଳ ଅନେକ ପ୍ରକାରର ପ୍ରତିଶ୍ରୁତି ଦେଇଥାନ୍ତି । ଓଡ଼ିଶାରେ ବିଜେଡି ସରକାର ୨୪ ବର୍ଷ ଧରି ଶାସନ କରିଥିଲା । ଆଉ ଏବେ ଓଡ଼ିଶାରେ ବିଜେପି ଦଳ ଶାସନ କରୁଛି । ବିଜେପି ଦଳ ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲା । ଏବେ ଏହାକୁ ନେଇ ଅନେକ ଲୋକ କିଛି ମନ୍ତବ୍ୟ ଦେଇଛନ୍ତି । 

ଆପଣମାନେ ସମସ୍ତେ ତ ଜାଣିଥିବେ ବିଜେଡି ଦଳ ଏହି ଓଡ଼ିଶାରେ ହାରିବା ବା ନବୀନ ସରକାର ଓଡ଼ିଶାରେ ହାରିବାକୁ ନେଇ ଅନେକ ଲୋକ ଦୁଃଖରେ ଏବେ ପର୍ଯ୍ୟନ୍ତ ଅଛନ୍ତି । ବିଜେପି ସରକାର ଶାସନ ଭାର ସମ୍ଭାଳିବା ପୂର୍ବରୁ ଅନେକ କିଛି ସଂକଳ୍ପ କରିଥିଲେ ଆଉ ଏହି ଭିତରୁ ୩୦୦ ୟୁନିଟ ବିଜୁଳି ଦେବେ ବୋଲି କହିଥିଲେ ।

କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏବେ ଜଣେ ବ୍ୟକ୍ତି ମିଡ଼ିଆ ଆଗରେ ବିଜେପି ସରକାରଙ୍କୁ ନେଇ କହିଛନ୍ତି କି ବିଜେପି ଦେଇଥିବା ସଂକଳ୍ପ କେବେ ପୂରଣ କରିବ । ୩୦୦ ୟୁନିଟ ବିଜୁଳି ବିଜେପି ସରକାର କେବେ ଦେବେ ବୋଲି କହି ପ୍ରଶ୍ନ କରିଛନ୍ତି । ଆଉ ଏହାସହ ଆହୁରି କହିଛନ୍ତି,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ତାଙ୍କ ସଂକଳ୍ପ ପତ୍ର ଭଲଭାବରେ ପଢନ୍ତୁ । 

<a href=https://youtube.com/embed/3tjxpdr43B4?autoplay=1&mute=1><img src=https://img.youtube.com/vi/3tjxpdr43B4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ ଏହି ସଂକଳ୍ପ ପତ୍ର ହୁଏତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଢ଼ି ନାହାଁନ୍ତି । ୩୦୦ ୟୁନିଟ ବିଜୁଳି ମାଗଣାରେ ଦେବେ ବୋଲି କହି ଏପର୍ଯ୍ୟନ୍ତ ମୋହନ ସରକାର ଦେଇ ନାହାଁନ୍ତି । ନବୀନ ସରକାର ୧୦୦ ୟୁନିଟ ବିଜୁଳି ମାଗଣାରେ ଦେବେ ବୋଲି କହିଥିଲେ ଆଉ ସେ ତାହା ହିଁ କରିଥାନ୍ତେ କିନ୍ତୁ ଲୋକମାନେ ତାଙ୍କୁ ଭୋଟ ଦେଲେ ନାହିଁ । ବିଜେପି ସବୁ ଜିନିଷ ଚିତ୍ର ବିଚିତ୍ର କରିବେ, ଲୋକଙ୍କ ଠାରୁ ଟ୍ୟାକ୍ସ ନେବେ ଆଉ ତାହା ଲୋକଙ୍କୁ ଦେବେ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । 

ଆଉ ଜଣେ ବ୍ୟକ୍ତି କହିଛନ୍ତି ବିଜେପି କହିଥିଲେ ସେ ୩୦୦ ୟୁନିଟ ବିଜୁଳି ମାଗଣାରେ ଦେବେ ଆଉ ଏଥିପାଇଁ ଧର୍ଯ୍ୟ ଧରିବାକୁ ପଡ଼ିବ । ରାତିରେ ୧୦୦୦ ଟଙ୍କା ବଣ୍ଟା ଯାଇଥିଲା ଆଉ ଏହି କାରଣରୁ ବିଜେପି ଜିତି ଯାଇଛି । ଏହା ହେଉଛି ୧୦୦୦ ତାଙ୍କର ଖେଳ । ଏଭଳି ଅନେକ କଥା ଅନେକ ଲୋକ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।