ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ, ଜେଲ୍ ଗଲା ୩ ବର୍ଷର ଶିଶୁ, ପୂରା ଘଟଣା ଜାଣି ହେବେ ଦୁଃଖିତ, ଦେଖନ୍ତୁ ଭିଡ଼ିଓ
ଆଇନ ଅନୁଯାଇ ଯିଏ ଦୋଷ କରିବ ସିଏ ଦଣ୍ଡ ମଧ୍ୟ ପାଇବ। କିନ୍ତୁ, ଆମ୍ଭେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ବାପା ମାଆ କରିଥିବା ଭୁଲ ପାଇଁ ଦଣ୍ଡ ଭୋଗିବାକୁ ଯାଉଛି ୩ ବର୍ଷ ବୟସର ନିଷ୍ପପ ଶିଶୁ। ଆଜ୍ଞା ହଁ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଭଅଁରା ଗାଁରେ ଏଭଳି ହିଁ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାଇ ୨୫ ତାରିଖ ରାତିରେ ଭଅଁରା ଗାଁର ଲୋଚନ ମୁଣ୍ଡା ପୁଅ ମଙ୍ଗଳ ମୁଣ୍ଡାକୁ ମାଛ ଧରିବା ପାଇଁ ଡାକିଥିଲା। କିନ୍ତୁ, ପୁଅ ରାଜି ନ ହେବାରୁ ଲୋଚନ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା। ହାତରେ ଧରିଥିବା କୁରାଢ଼ୀରେ ସେ ନିଜ ପୁଅକୁ ହାଣିବା ଆରମ୍ଭ କରିଥିଲା। ଘରେ ଥିବା ମଙ୍ଗଳର ସ୍ତ୍ରୀ ଜ୍ୟୋତି ଏବଂ ମଙ୍ଗଳ ନିଜକୁ ବଞ୍ଚାଇବାକୁ ଯାଇ ବାପ ଉପରେ ପାଲଟା ଆକ୍ରମଣ କରିଥିଲେ।