ରାତିକୁ ୨ ହଜାର, ଏତିକି ନା ଆଉ ଅଛନ୍ତି? ଚାକିରୀ ପାଇଁ ଆସି ଦେହ ବେପାରରେ କିଏ ଲଗାଉଥିଲା ଏମାନଙ୍କୁ, ସାମ୍ନାକୁ ଆସିଲା ବଡ଼ ଖବର

 

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଧରପଗଡ ଜୋରଦାର କରିଛି ପୁଲିସ । କିପରି ସୀମା ପାର ହୋଇ ବାଂଲାଦେଶରୁ ଓଡ଼ିଶା ଆସିଲେ ଯୁବତୀ ଓ ନାବାଳିକା । ଘଟଣାର ତଦନ୍ତ କରାଯିବ କହିଛନ୍ତି ପୋଲିସ ଡିଜି । ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ତନାଘନା ଆରମ୍ଭ ହୋଇଛି ।

ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ । ଆଉ ତା ପରେ ମଣିଷ ଭିତରେ ଥିବା ରାକ୍ଷସ ରୂପ ଦେଖାଇବାକୁ ପଛାଇନାହାନ୍ତି । ଦିନକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏଠାରେ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦଲାଲ । ୨୩ ଜଣ ଯୁବତୀଙ୍କୁ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ରଖି ଦେହ ବେପାରରେ ଲଗାଯାଉଥିବା ଅଭିଯୋଗ ହୋଇଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଭୁବନେଶ୍ବରର କେଉଁମାନଙ୍କ ସେବାରେ ଏହି ବାଂଲାଦେଶୀ ଯୁବତୀମାନଙ୍କୁ ନିୟୋଜିତ କରାଯାଉଛି ? ଯେଉଁଥି ପାଇଁ ବର୍ଷ ବର୍ଷ ଧରି ଏମାନଙ୍କୁ ଭୁବନେଶ୍ବର ଭଳି ହାଇପ୍ରୋଫାଇଲ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଘର ଭଡ଼ା ଦେଇ ଏକ ଆପାର୍ଟମେଣ୍ଟରେ ରଖାଯାଉଛି । ଦୁର୍ଭାଗ୍ୟର ବିଷୟ, ଏମାନଙ୍କ ଘର ବାଂଲାଦେଶ ହୋଇଥିବାରୁ ନକଲି ଆଧାର କାର୍ଡ ଦେଖାଇ ରଖାଯାଇଛି। ଅସଲି ପରିଚୟ ପତ୍ର ନଥିବାରୁ ସେମାନେ ବାଂଲାଦେଶ ଯାଇପାରୁନାହାନ୍ତି । କିପରି ନିଜ ଦେଶକୁ ଫେରିବେ । କିପରି ଏଠାରୁ ମୁକୁଳିବେ ତାକୁ ନେଇ ଏହି ଯୁବତୀମାନେ ଚିନ୍ତାରେ ।

ଟୁଇନ ସିଟିରେ ବାଂଲାଦେଶୀଙ୍କ ପ୍ରବେଶ ସହ ଦେହ ବେପାରରେ ଲିପ୍ତ ନେଇ ଅଭିଯୋଗ ଘଟଣାରେ ଡିଜିପି ଓ୍ବାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏ ନେଇ କଟକରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ଦଲାଲଙ୍କୁ ଗିରଫ କରାଯାଇଛି । ଆଗକୁ ଏହି ଧରପଗଡ଼ ଜାରି ରହିବ। ଏହା ସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ।