ଲୋକଙ୍କ ତୀବ୍ର ନିନ୍ଦା ପରେ ଚଳଚିତ୍ର 'ସୀତା'ରୁ ବିଦା ହେବେ କରୀନା, ତାଙ୍କ ସ୍ଥାନରେ ଏହି ଅଭିନେତ୍ରୀ ହେବେ ମାଁ ସୀତା !

 

ପୌରାଣିକ ଗାଥା ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚିତ୍ର ‘ସୀତା – ଦି ଇନକର୍ନେସନ୍’। ହାଇ ବଜେଟ୍ ରେ ନିର୍ମାଣ ହେବାକୁ ଯାଉଥିବା ଏହି ଚଳଚିତ୍ରର ଲିଡ଼ ରୋଲରେ କରୀନା କପୁର ଖାଁ ଆକ୍ଟିଂ କରିବେ ବୋଲି ଶୁଣାଯାଉଥିଲା। ଏପରିକି ସୀତା ଭୂମିକାରେ ଅଭିନୟ କରିବାକୁ କରୀନା ୧୨ କୋଟି ଟଙ୍କା ଦାବି କରିଥିଲେ ବୋଲି ଖବର ପ୍ରଚାର ହୋଇଥିଲା।

ଏହି ଖବର ଆସିବା ପରେ କରୀନାଙ୍କୁ ବୟକଟ୍ କରିବାକୁ ଲୋକେ ସୋସିଆଲ ମିଡିଆରେ ଦାବି କରିଥିଲେ। ତେବେ ଏହାକୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ସୂଚନା ସମ୍ନାକୁ ଆସୁଛି ଯେଉଁଥିରେ ଚଳଚିତ୍ର ନିର୍ମାତାମାନେ କରୀନାଙ୍କ ସ୍ଥାନରେ କଙ୍ଗନା ରଣାୱତଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।

ସୂଚନା ଅନୁଯାଇ ଫିଲ୍ମର ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ କଙ୍ଗନା ରଣାୱତଙ୍କୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଷ୍ଟିଂ ପାଇଁ ଏହି ଫିଲ୍ମର ନିର୍ମାତାମାନେ ଏପର୍ଯ୍ୟନ୍ତ କରୀନାଙ୍କ ପାଖକୁ ଯାଇନାହାନ୍ତି। ତେଣୁ ଆଗକୁ ‘ସୀତା – ଦି ଇନକର୍ନେସନ୍’ ଚଳଚିତ୍ରରେ କଙ୍ଗନା ସୀତା ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିପାରେ। ତେବେ ଏଥିନେଇ ଫିଲ୍ମ ନିର୍ମାତା କିମ୍ବା କଙ୍ଗନାଙ୍କ ପକ୍ଷରୁ କିଛି ସଠିକ ସୂଚନା ମିଳି ପାରିନାହିଁ।