ଗୁରୁବାରରେ ମହିଳା ମାନେ ଜମାରୁ ବି କରନ୍ତୁ ନାହିଁ ଏହିସବୁ କାମ, ନହେଲେ ପରିବାର ବର୍ଗ ହେବେ ଲକ୍ଷ୍ମୀଛଡା

 

ଓଡ଼ିଶାରେ ମାର୍ଗଶୀର ମାସର ପ୍ରତି ଗୁରୁବାରକୁ ମାଣବସା ଗୁରୁବାର ଭାବେ ପାଳନ କରାଯାଏ। ଓଡ଼ିଶାରେ ସବୁ ପର୍ବ ଗୁଡିକ ମଧ୍ୟରୁ ଗୁରୁବାର ଓଷା ହେଉଛି ଅନ୍ୟତମ ପର୍ବ ଯାହା ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠୁ କରାଯାଏ। ମାର୍ଗଶୀର ମାସର ପ୍ରତି ଗୁରୁବାର ୪ ପାଳି ବା ୫ ପାଳି ମାଣ ବସାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ । ଆସନ୍ତୁ ଜାଣିବା ମାର୍ଗଶୀର ଗୁରୁବାର ଦିନ କଣ କରିବା ଓ କଣ କରିବା ଉଚିତ ନୁହେଁ ।

1- ଗୁରୁବାରରେ ବିଳମ୍ବ ଯାଏ ଶୁଅନ୍ତୁ ନାହିଁ । ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାରା ସଫା କରନ୍ତୁ ନାହିଁ । ସକାଳୁ ଉଠିବା ପରେ ବସି ବିଛଣା ସଜାଡ଼ି ରଖନ୍ତୁ। ଘରକୁ ଝାଡୁ କରନ୍ତୁ । ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ । ଗୁରୁବାର ଦିନ ପ୍ରତି ଦିନ ତୁଳସୀ ଚଉରା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ । ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ । ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

2- ଗୁରୁବାର ସକାଳୁ ଉଠି ଝୋଟି ପକାଇ ପୂଜା ଆରମ୍ଭ କରନ୍ତୁ । ଏହି ଦିନ ଏକ ଲାଲ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧନା ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ । କିଛି ଧଳା ପୁଷ୍ପ ମଧ୍ୟ ମାଆଙ୍କ ଉପରେ ଚଢାନ୍ତୁ। ମଣ୍ଡା ପିଠା ପଞ୍ଚାମୃତ କରି ମା ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ ।

3- ଏହି ଗୁରୁବାର ଦିନ ଭୁଲରେ ବି ଆମିଷ ରାନ୍ଧନ୍ତୁ ନାହିଁ । ଘରେ କେହି ଯେପରି ଆମିଷ ନ ଖାଇବେ ସେ ନେଇ ଧ୍ୟାନ ଦିଅନ୍ତୁ। ଗୁରୁବାର ଦିନ ବାରଟା ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ।

4-ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା ଓ ଶୋଇବା ନିଷେଧ ହୋଇଥାଏ । ସନ୍ଧ୍ୟା ସମୟରେ ଘର ସାରା ଝୁଣା ବୁଲାନ୍ତୁ । ଏହା ଦ୍ୱାରା ଘରେ ସକରାତ୍ମକ ବାତାବରଣ ଖେଳିଯିବ।