ଶନି ଦଶାରେ ପିଡ଼ୀତ କି? ତେବେ ଶନିଦେବଙ୍କୁ ଏହି ୩ଟି ଉପାୟରେ କରନ୍ତୁ ପୂଜା, ଦୂର ହେବ ଦାରିଦ୍ର୍ୟ

 

ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ଵାନଙ୍କ ମତ ଅନୁଯାୟୀ, ଶନିଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନିଦେବ ଯଦି ରୋଷ କରନ୍ତି ତାହାଲେ ଆପଣଙ୍କର ହେବାକୁ ଥିବା କାମ ବିଗିଡିବାକୁ ଲାଗେ । କେବଳ ସେତିକି ନୁହେଁ, ଶନିଙ୍କ କୋପ ଆପଣଙ୍କ ଉପରେ ରହିଲେ ଅଦିନରେ ଦାରିଦ୍ରତା ମଧ୍ୟ ମାଡିଆସେ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ଵାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଦ୍ଵାରା ଶନିଦେବ ସନ୍ତୁଷ୍ଟ ହୋଇ ଥାନ୍ତି । 

ଯଦି ଆପଣ ଶନି ଦଶାରେ ପିଡ଼ିତ ତେବେ ହଳଦୀ ପାଣି ସହିତ ପ୍ରତିକାର ସବୁଠାରୁ ଉତ୍ତମ ଉପାୟ । ଶନିବାର ଦିନ ସକାଳେ ହଳଦୀ ପାଣି ନେଇ ଘରର ଚାରିଆଡେ ପରିକ୍ରମା କରନ୍ତୁ । ପରିକ୍ରମା ପରେ, ସେହି ହଲଦୀ ପାଣି ଥିବା ପାତ୍ରକୁ ନେଇ ତୁମର ପ୍ରିୟ ଦେବତାଙ୍କ ସମ୍ମୁଖରେ ସ୍ଥାପିତ କରନ୍ତୁ। ତା’ପରେ 'ଓମ୍ କାକଧ୍ୱଜ ବିଗ୍ନାହେ କଦଗହସ୍ତା ଧିମହୀ' ୨୧ ଥର ଜପ କରନ୍ତୁ । ଏହା ପରେ ପୂଜା ଘରେ ସେହି ହଳଦୀ ପାଣିକୁ ଏକ ଘଣ୍ଟା ରଖନ୍ତୁ ଏବଂ କିଛି ସମୟ ପାଇଁ ଉକ୍ତ କୋଠରୀରୁ ବାହାରକୁ ଚାଲିଯାଆନ୍ତୁ । ଏକ ଘଣ୍ଟା ପରେ ସେହି ହଳଦୀ ପାଣିକୁ ନେଇ ଏକ ଗଛ ମୁଳେ ଢାଳିଦିଅନ୍ତୁ। 

ତା’ ପରେ ଆପଣ ଯେକୌଣସି ନବଗ୍ରହ ମନ୍ଦିରକୁ ଯାଆନ୍ତୁ । ରାଶି ତେଲ, କଳା କପଡା, ଫୁଲ, କଣ୍ଟା, କର୍ପୂର, ହଳଦୀ, କେଶର ଓ ଧୂପ କାଠି ଇତ୍ୟାଦି ନେଇ ମନ୍ଦିରର ପଶ୍ଚିମ ଆଡକୁ ମୁହଁ କରି ପୂଜା କରନ୍ତୁ । ମନ୍ଦିରରୁ ବାହାରିବା ପରେ କିଛି ଗରିବ ଲୋକଙ୍କୁ ସାମର୍ଥ୍ୟ ଅନୁସାରେ ଖାଦ୍ୟ, ବସ୍ତ୍ର ଆଦି ଦାନ କରନ୍ତୁ। ଶନିବାର ଏପରି କରିବା ଦ୍ୱାରା ଆପଣଙ୍କର ଦାରିଦ୍ର୍ୟ ଦୂର ହେବା ସହ ଆପଣ ଶନି ଦଶାରୁ ମୁକ୍ତି ପାଇପାରିବେ ।

ଶନି ଦେବ ହେଉଛନ୍ତି ଧର୍ମ ଓ ନ୍ୟାୟର ଦେବତା। ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା । ଏହି ବ୍ରତ କରିବା ଦ୍ଵାର ଆପଣଙ୍କ ପରିବାର, କୋର୍ଟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକରୁ ସଫଳତା ପାଇବେ।