ହ୍ବାଟସଆପରୁ ଡିଲିଟ୍ ମେସେଜ ଏବେ ସହଜରେ ପଢିପାରିବେ, ଖାଲି କରନ୍ତୁ ଏହି ସହଜ ପ୍ରଣାଳୀ

ଆଜିକାର ସମୟରେ ସ୍ମାର୍ଟଫୋନ୍ ଅଛି ମାନେ ସେଥିରେ ହ୍ୱାଟଆପ୍ ତ ନିଶ୍ଚିତ ଥିବ, ସମସ୍ତେ ପ୍ରାୟ ଏହି ଲୋକପ୍ରିୟ ମେସେଜିଗଂ ଆପ୍ କୁ ବ୍ୟବହାର କରିଥାନ୍ତି। ହ୍ବାଟସଆପରେ ଅନେକ ଗୁଡିଏ ଫିଚର ରହିଛି, କିନ୍ତୁ ଏଥିରେ ଗୋଟେ ଫିଚର ରହିଛି ‘ଡିଲିଟ ଫର ଏଭରିଓ୍ବାନ’। ଏଥିରେ ଆପଣ କୌଣସି ଗ୍ରୁପ କିମ୍ବା କଣ୍ଟାକ୍ଟକୁ ପଠାଇଥିବା ମେସେଜ୍ ଡିଲିଟ୍ କରିପାରିବେ। ଯଦି ଆପଣଙ୍କୁ କେହି ମେସେଜ୍ ପଠାଇ ଏହାକୁ ଡିଲିଟ୍ କରିଦିଏ ସେତେବେଳେ ଆପଣଙ୍କ ମନ ଭିତରେ ଜାଣିବାର
 

ଆଜିକାର ସମୟରେ ସ୍ମାର୍ଟଫୋନ୍ ଅଛି ମାନେ ସେଥିରେ ହ୍ୱାଟଆପ୍ ତ ନିଶ୍ଚିତ ଥିବ, ସମସ୍ତେ ପ୍ରାୟ ଏହି ଲୋକପ୍ରିୟ ମେସେଜିଗଂ ଆପ୍ କୁ ବ୍ୟବହାର କରିଥାନ୍ତି। ହ୍ବାଟସଆପରେ ଅନେକ ଗୁଡିଏ ଫିଚର ରହିଛି, କିନ୍ତୁ ଏଥିରେ ଗୋଟେ ଫିଚର ରହିଛି ‘ଡିଲିଟ ଫର ଏଭରିଓ୍ବାନ’। ଏଥିରେ ଆପଣ କୌଣସି ଗ୍ରୁପ କିମ୍ବା କଣ୍ଟାକ୍ଟକୁ ପଠାଇଥିବା ମେସେଜ୍ ଡିଲିଟ୍ କରିପାରିବେ।

ଯଦି ଆପଣଙ୍କୁ କେହି ମେସେଜ୍ ପଠାଇ ଏହାକୁ ଡିଲିଟ୍ କରିଦିଏ ସେତେବେଳେ ଆପଣଙ୍କ ମନ ଭିତରେ ଜାଣିବାର ଇଛା ଥାଏ କ’ଣ ରହିଥିଲା ଏହି ଡିଲିଟ୍ ମେସେଜ୍। ଆମେ ଏହାକୁ ଆଉ ଥରେ ପଢିଥାଉ, କିନ୍ତୁ ଏହା ସମ୍ଭବ ହୁଏ ନାହିଁ। ତେବେ ଆସନ୍ତୁ ଆମେ ଆପଣଙ୍କୁ ଏଭଳି କିଛି ପ୍ରଣାଳୀ ସମ୍ପର୍କରେ କହିବାକୁ ଯାଉଛୁ,ଯାହାଦ୍ବାରା ଆପଣ ଡିଲିଟ୍ ମେସେଜ୍ ସହଜରେ ପଢିପାରିବେ।

ଯଦି ଆପଣଙ୍କ କୌଣସି ଚାଟ୍ କିମ୍ବା ମେସେଜ୍ ଡିଲିଟ୍ ହୋଇଯାଏ ତେବେ ଆପଣ ହ୍ବାଟସଆପର ଚାଟବ୍ୟାକ୍ଅପ୍ ଅପ୍ସନ ଦ୍ବାରା ପୁଣିଥରେ ପଢିପାରିବେ। ହ୍ବାଟସଆପ ସେଟିଂକୁ ଯାଇ ଆପଣ ନିଜର ଚାଟର ପ୍ରତିଦିନ, ପ୍ରତି ସପ୍ତାହ କିମ୍ବା ମାସ ଅନୁସାରେ ବ୍ୟାକଅପ୍ କରିବାର ପୋଗ୍ରାମ କରିପାରନ୍ତି। ଏହା ଆପଣଙ୍କ ଲୋକାଲ ଡିଭାଇସରେ ବ୍ୟାକଅପ୍ ରଖିଥାଏ।

ଯଦି ଆପଣ ଏହି ସେଟିଂକୁ ଡେଲି ବ୍ୟାକଅପରେ ସେଟ୍ କରନ୍ତି ତେବେ ଆପଣଙ୍କ ଦ୍ବାରା ଡିଲିଟ ମେସେଜ ପୁଣିଥରେ ଆଣିବା ସମ୍ଭବ ହେବ। ଏଥିପାଇଁ ଆପଣଙ୍କୁ ତୁରନ୍ତ ନିଜର ହ୍ବାଟସଆପ ଅନଇନଷ୍ଟଲ କରିବାକୁ ହେବ। ଏହାପରେ ଦ୍ବିତୀୟ ଥର ଇନଷ୍ଟଲ କରି ଲଗଇନ୍ ପକ୍ରିୟାକୁ ଫଲୋ କରନ୍ତୁ। ଏହି ସମୟରେ ଆପଣ ରିଷ୍ଟୋର ବ୍ୟାକଅପ୍ ମେସେଜ ଅପ୍ସନ ଉପରେ ତାକୁ ଅନ କରିଦିଅନ୍ତୁ। ଆପଣଙ୍କ ଡିଲିଟ୍ ଚାଟ୍ କେବଳ ୨୪ ଘଣ୍ଟା ଭିତରେ ଏହି ପକ୍ରିୟାକୁ କରିବାରେ ଆସିବ। ଏହାପରେ କଲେ କାମ କରିନଥାଏ।

ଡିଲିଟ୍ ଫର ଏଭରିଓ୍ବାନ ଅପ୍ସନର ବ୍ୟବହାର କରି ଯଦି ଅନ୍ୟ କେହି ଆପଣଙ୍କୁ ପଠାଇଥିବା ମେସେଜ ଡିଲିଟ୍ କରିଦେଇଥାନ୍ତି ତେବେ ତାକୁ ପଢିବା ସମ୍ଭବ। ଯଦିଓ ଏଥିପାଇଁ ଆପଣଙ୍କୁ ଥାର୍ଡ ପାର୍ଟି ଆପ୍ସ ଭଳି ନୋଟିଫିକେସନ୍ ହିଷ୍ଟ୍ରି ଓ ନୋଟିଫି ଲଗ୍ ନୋଟିଫିକେସନ୍ ହିଷ୍ଟ୍ରିର ସାହାରା ନେବାକୁ ପଡିଥାଏ। ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ସହଜରେ ପାଇପାରିବେ।  ଏହି ଆପର କାମ ଆପଣଙ୍କ ମୋବାଇଲରେ ଆସୁଥିବା ନୋଟିଫିକେସନ୍ ଓ ରିସିଭ ମେସେଜର ଡାଟା ରଖିବା।

ତେଣୁ ଆପଣଙ୍କ ମେସେଜ ଡିଲିଟ୍ ହେବାପରେ ମଧ୍ୟ ଏହାକୁ ପଢିପାରିବେ। ଯଦିଓ ଏହି ଆପ ଆଣ୍ଡ୍ରଏଡ୍ ନୋଟିଫିକେସନ ରେଜିଷ୍ଟରକୁ ଆକ୍ସେସ ମାଗିଥାଏ, ଯାହାକି ଏକ ରିସ୍କ କାମ। ଏହା ପ୍ରତିଥର କାମ କରିଥାଏ କିନ୍ତୁ ଏହାର ଗ୍ୟାରେଣ୍ଟି ନଥାଏ। ବେଳେ ବେଳେ ଆପଣ କେବଳ ଡିଲିଟ୍ ହୋଇଥିବା ମେସେଜର ପ୍ରଥମ ଲାଇନ୍ ହିଁ ପଢିପାରନ୍ତି। ଏହା ଅତିରିକ୍ତ ମେସେଜ ଡିଲିଟ୍ ହେବାପରେ ଯଦି ଆପଣ ନିଜର ଫୋନ୍ ରିଷ୍ଟାର୍ଟ କରନ୍ତି ତେବେ ଏହାକୁ ରିକଭରି କରି ପଢିପାରିବେ ନାହିଁ।