ଆପଣ ଯେତେ ପୂନ୍ୟ କରନ୍ତୁ ନା କାହିଁକି, ପାପ ର ଫଳ ସର୍ବ ପ୍ରଥମେ ମିଳିବ, ଜାଣନ୍ତୁ କଣ ପାଇଁ

ପାପ ବା ପୁଣ୍ୟର ଫଳ ମଣିଷକୁ ନିଶ୍ଚିତ ଭାବରେ ମିଳିଥାଏ । ଏହା ଆମ ପୁରାଣ ରେ ବର୍ଣିତ ଅଛି । ମାତ୍ର ଜଣେ ମଣିଷ ପାପ ଓ ପୂନ୍ୟ ଉଭୟ କାମ ନିଜ ଜୀବନ ଯାତ୍ରା ରେ କରିଥାଏ ତ ସେ କର୍ମ ର ଫଳ କଣ ହେବ ? ଉପାଖ୍ୟାନ ‘ମାଘ ମାହାତ୍ମ୍ୟ’ରେ ବର୍ଣିତ ଏକ ସୁନ୍ଦର କଥା ବିଷୟରେ ଆସନ୍ତୁ ଜାଣିବା : କନୌଜ ଦେଶର ଦାମୋଦର ନାମକ ଜଣେ ବ୍ରାହ୍ମଣ ବାସ
 

ପାପ ବା ପୁଣ୍ୟର ଫଳ ମଣିଷକୁ ନିଶ୍ଚିତ ଭାବରେ ମିଳିଥାଏ । ଏହା ଆମ ପୁରାଣ ରେ ବର୍ଣିତ ଅଛି । ମାତ୍ର ଜଣେ ମଣିଷ ପାପ ଓ ପୂନ୍ୟ ଉଭୟ କାମ ନିଜ ଜୀବନ ଯାତ୍ରା ରେ କରିଥାଏ ତ ସେ କର୍ମ ର ଫଳ କଣ ହେବ ?

ଉପାଖ୍ୟାନ ‘ମାଘ ମାହାତ୍ମ୍ୟ’ରେ ବର୍ଣିତ ଏକ ସୁନ୍ଦର କଥା ବିଷୟରେ ଆସନ୍ତୁ ଜାଣିବା :

କନୌଜ ଦେଶର ଦାମୋଦର ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କ ପାଖରେ ଅଧିକ ଧନ ସମ୍ପତି ଥିଲେ ମଧ୍ୟ ସେ ଧାର୍ମିକ ଭାବରେ ଜୀବନ ଜାପନ କରୁଥିଲେ । ସେ ଥରେ ପୁରୀ ବଡଦାଣ୍ଡ କୁ ତୀର୍ଥ ଯାତ୍ରା କରିବାକୁ ଆସିଲେ ।

ସେ ପ୍ରଥମେ ପୁରୀ ସମୁଦ୍ର ରେ ସ୍ନାନ କରି ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ । ତାପରେ ସେ ବାରାଣସୀ ଯାତ୍ରା କରିବା ନିମନ୍ତେ ଆଗକୁ ଯାତ୍ରା ଆରମ୍ଭ କଲେ । ମାତ୍ର ତାଙ୍କ ସହ ଏମିତି କିଛି ଘଟିଲା ଯେ ସେ ପାପ ର ଭାଗିଦାର ହେଲେ ।

ବାରାଣସୀ ଯାତ୍ରା କରୁଥିବା ସମୟରେ ସେ ଖରା ରେ ଅତ୍ୟନ୍ତ ଥକି ଯାଇଥିଲେ, ସେଥିପାଇଁ ଗଛ ମୂଳରେ ବିଶ୍ରାମ ନେଲେ । ସେ ସମୟରେ ଜଣେ ବେଶ୍ୟା ଆସି ସେଠାରେ ବିଶ୍ରାମ ନେଲା । ସେହି ବେଶ୍ୟା ପ୍ରତି ମୋହିତ ହୋଇଗଲେ ବ୍ରାହ୍ମଣ ।

ବେଶ୍ୟା ର ସୁନ୍ଦରତା ରେ ଏତେ ମୋହିତ ହୋଇଗଲେ ଯେ, ସେ ଧର୍ମ ର ମାର୍ଗ ଛାଡି ବେଶ୍ୟା ର ଘରେ ରହି ତାହାର ସୁନ୍ଦରତା କୁ ଉପଭୋଗ କଲେ । କିଛି ବର୍ଷ ପରେ ବ୍ରାହ୍ମଣ ଙ୍କ ମୃତ୍ୟୁ ହେଲା, ସେ ଯମପୁର କୁ ଗଲେ । ଚିତ୍ରଗୁପ୍ତ ତାର ପାଞ୍ଜି ଦେଖି କହିଲେ, ଦାମୋଦର ପ୍ରଥମେ ଧର୍ମକୁ ଆଶ୍ରା କରିଛି ଓ ତା’ପରେ ପାପ କରିଛି ସେଥିପାଇଁ ନିୟମ ଅନୁସାରେ ପ୍ରଥମେ ସେ ପାପର ଶାସ୍ତି ପାଇବ ।