କାହିଁକି ଆଜିକାଲିର୍ ଅଧିକାଂଶ ପ୍ରେମ ବିବାହ ଅଧିକ ଦିନ ତିଷ୍ଠି ପାରୁନି, ଜାଣନ୍ତୁ ଏହା ପଛର ସବୁଠୁ ବଡ଼ କାରଣ

 

ଲଭମ୍ୟାରେଜର ଝଗଡାକୁ ନେଇ ଆସନ୍ତୁ ଜାଣିବା କିଛି ସାଧାରଣ କଥା ଏଵଂ ଚେଷ୍ଟା କରିବା ତାକୁ ଦୂରେଇବାକୁ। ଲଭ ସମୟରେ ଉଭୟ ଉଭୟର ସବୁ ପସନ୍ଦ, ନାପସନ୍ଦ ବିଷୟରେ ଜାଣିଥାନ୍ତି । ଏହି ସମୟରେ ସାଥୀକୁ ଖୁସି କରିବାକୁ ବା ପଟେଇ ରଖିବାକୁ ଉଭୟ ନିଜ ତରଫରୁ ସବୁ କିଛି କରନ୍ତି । ଛୋଟ ଛୋଟ ଦିନରେ ଗିପ୍ଟ ଆଦାନ ପ୍ରଦାନ କରନ୍ତି । ମୁଖ୍ୟତଃ ଏଥିରେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ । 

ଏପରି କରିବାର ଗୋଟିଏ ସବୁଠାରୁ ବଡ କାରଣ, କାଳେ ସାଥୀ ଦୂରେଇ ଯିବ । କିନ୍ତୁ ବିବାହ ପରେ ସାଙ୍ଗ ହେଇ ରହିବା କାରଣରୁ କିଛି ମାସ ପରେ ସେ ଆକର୍ଷଣ କମିଯାଏ । ଏହା ବ୍ୟତୀତ, ବିବାହ ସରିଥିବାରୁ ପ୍ରେମିକାରୁ ପତ୍ନୀ ହୋଇଥିବା ମହିଳା ତାଙ୍କୁ ଛାଡି ଆଉ କୁଆଡେ ଯିବା ସମ୍ଭବନା ନ ଥାଏ । ତେଣୁ ପୂର୍ବର ସେ ଯତ୍ନଶୀଳତା ପୁରୁଷଙ୍କ ଭିତରେ ଲୋପପାଏ । 

ଗିପ୍ଟ ଦେବାର ଚଳଣୀ କିଛି ବର୍ଷ ପରେ ଉଭେଇ ଯାଏ। ଯାହା ମହିଳାଙ୍କୁ ବ୍ୟଥିତ କରାଥାଏ। ସେହିପରି ଦିନର ଅଧିକାଂଶ ସମୟ, ଉଭୟ ଉଭୟଙ୍କ ସହ ରହିଥାନ୍ତି। କେତେବେଳେ କୌଣସି ଘଟଣାକୁ ନେଇ ଜଣେ ଚିନ୍ତାଗ୍ରସ୍ତ ଥିଲେ ଏହା ତାଙ୍କ ବ୍ୟବହାରେ ପ୍ରକାଶ ପାଏ। ଫଳରେ ଅନ୍ୟ ଜଣଙ୍କର ହୃଦୟ ଭାଙ୍ଗିଯାଏ। ଯିଏ ବିବାହ ଆଗରୁ ସବୁ ସମୟରେ ତାଙ୍କ କେୟାର ନେଉଥିଲେ, ସେ ତାଙ୍କୁ ଭଲ ପାଉ ନ ଥିବା ପରି ଏକ ଚିନ୍ତାଧାର ପରସ୍ପର ଭିତରେ ବିକଶିତ ହୁଏ। 

ଏହା ବ୍ୟତୀତ, ଦେଖାଯାଏ କି, ଲଭମ୍ୟାରେଜ ପରିବାର ବର୍ଗଙ୍କ ଇଛା ବିରୋଧରେ ହୋଇଥିବାରୁ ସେମାନେ ମଧ୍ୟ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି । ଏହା ବ୍ୟତୀତ ପ୍ରେମ କରୁଥିବା ସମୟରେ ଦୁହେଁ ଦୁହିଁଙ୍କ ଭୁଲ, ଦୁର୍ବଳତା ଜାଣିଥାନ୍ତି, ଯାହାକୁ ବିବାହ ପରେ ରାଗିବା ଅବସ୍ଥାରେ ପ୍ରଘଟ କରିଥାନ୍ତି ସ୍ବାମୀ, ସ୍ତ୍ରୀ। ତେବେ ଖାଲି ଲଭ ମ୍ୟାରେଜ ନୁହେଁ, ଆରେଞ୍ଜ ମ୍ୟାରେଜରେ ମଧ୍ୟ ଝଗଡା ହେବା ପରି ଘଟଣା ଦେଖିବାକୁ ମିଳେ।