ସ୍ବାମୀ କୋଟିପତି କ୍ରିକେଟର, ହେଲେ ଆଜି ବି କାଠଚୂଲିରେ ରୋଷେଇ କରନ୍ତି ସ୍ତ୍ରୀ ଗୀତା, କାରଣ ଜାଣି ହେବେ ଚକିତ

ଆଜି ଆମେ କ୍ରିକେଟଜଗତର ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ ଯାହାଙ୍କ ପାରିବାରିକ ଜୀବନ ଶୈଳୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କୋଟି କୋଟି ଟଙ୍କାର ମାଲିକ କ୍ରିକେଟରଙ୍କ ପତ୍ନୀ ଆଜିବି ଚୂଲିରେ ରୋଷେଇ କରନ୍ତି। ଭାରତୀୟ ଟିମର ଷ୍ଟାର ସ୍ପିନର ବୋଲର ହରଭଜନ ସିଂହ କ୍ରିକେଟ ଜଗତର ଲୋକପ୍ରିୟ ଖେଳାଳି ଭାବେ ପରିଚିତ। ଦମଦାର ସ୍ପିନର ହରଭଜନ ସିଂହ ବର୍ତ୍ତମାନ ଭାରତୀୟ ଟିମରୁ ଦୂରେଇ ଅଛନ୍ତି। କ୍ରିକେଟରୁ ସେ ସନ୍ୟାସ ଘୋଷଣା
 

ଆଜି ଆମେ କ୍ରିକେଟଜଗତର ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ ଯାହାଙ୍କ ପାରିବାରିକ ଜୀବନ ଶୈଳୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କୋଟି କୋଟି ଟଙ୍କାର ମାଲିକ କ୍ରିକେଟରଙ୍କ ପତ୍ନୀ ଆଜିବି ଚୂଲିରେ ରୋଷେଇ କରନ୍ତି।

ଭାରତୀୟ ଟିମର ଷ୍ଟାର ସ୍ପିନର ବୋଲର ହରଭଜନ ସିଂହ କ୍ରିକେଟ ଜଗତର ଲୋକପ୍ରିୟ ଖେଳାଳି ଭାବେ ପରିଚିତ। ଦମଦାର ସ୍ପିନର ହରଭଜନ ସିଂହ ବର୍ତ୍ତମାନ ଭାରତୀୟ ଟିମରୁ ଦୂରେଇ ଅଛନ୍ତି। କ୍ରିକେଟରୁ ସେ ସନ୍ୟାସ ଘୋଷଣା କରିନାହାନ୍ତି । ତେଣୁ ଆଗାମୀ ଦିନରେ ସ୍ପିନର ହରଭଜନ ସିଂହ ପୁଣି ଦଳକୁ ଫେରିପାରନ୍ତି ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି ।

୨୦୧୫ରେ ସ୍ପିନର ହରଭଜନ ସିଂହ ବଲିଉଡ ଅଭିନେତ୍ରୀ ଗୀତା ବସରାଙ୍କୁ ବିବାହ କରିଥିଲେ। ଏହା ମଧ୍ୟରେ ସେମାନେ ଗୋଟିଏ ସନ୍ତାନର ଜନକ ମଧ୍ୟ ହୋଇସାରିଲେଣି। ଭାରତୀୟ ଟିମର ସ୍ପିନର ହରଭଜନ ସିଂହ ଓ ଗୀତା ବସରା ଉଭୟ ପଞ୍ଜାବର ଜଲନ୍ଧରରେ ରହୁଛନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ ଅତିବାହିତ ହେଉଛି।

ତେବେ ଏହାମଧ୍ୟରେ ହରଭଜନଙ୍କ ପତ୍ନୀ ଗୀତା ବସରା ପ୍ରାୟ ସମୟ ଚୂଲିରେ ରୋଷେଇ କରନ୍ତି। ଚୂଲିରେ ରୋଷେଇ କରିବାର ଏକ ଫଟୋ ଗୀତା ବସରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସାଧାରଣତଃ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ, ସ୍ବାମୀ କୋଟି କୋଟି ଟଙ୍କା ମାଲିକ ହେଲେ ପତ୍ନୀ ଚୂଲିରେ କାହିଁକି ରୋଷେଇ କରୁଛନ୍ତି?

ସ୍ପିନର ହରଭଜନ ସିଂହଙ୍କ ଘର ପଞ୍ଜାବର ଗୋଟିଏ ଛୋଟିଆ ଗାଁରେ। ଗାଁ ଲୋକେ ଚୂଲିରେ ତିଆରି ଖାଦ୍ୟକୁ ବହୁତ ପସନ୍ଦ କରିଥାନ୍ତି। ଚୂଲିରେ ତିଆରି ଖାଦ୍ୟକୁ ହରଭଜନ ସିଂହ ମଧ୍ୟ ବହୁତ ପସନ୍ଦ କିରନ୍ତି। ତେଣୁ ବେଳେ ବେଳେ ଗୀତା ବସରା ଚୂଲିରେ ରୋଷେଇ କରିବାକୁ ଚେଷ୍ଟା କରିଥାନ୍ତି।