ସମୟ ପୂର୍ବରୁ ପିରିୟଡସ୍‌ ହେଲେ ଓ ପାଖରେ ପ୍ୟାଡ୍‌ ନଥିଲେ ଏମରଜେନ୍ସୀରେ କଣ କରିବେ ଜାଣନ୍ତୁ

ଋତୁସ୍ରାବ ହେବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ। ବେଳେବେଳେ ସମୟ ପୂର୍ବରୁ ଋତୁସ୍ରାବ ହୋଇଯାଇଥାଏ। ତେବେ ଏପରି ପରିସ୍ଥିତିରେ କିଛିଲୋକ କଣ କରିବେ, ଜାଣି ପାରନ୍ତି ନାହିଁ। ତେବେ ଯଦି ଆପଣଙ୍କ ପାଖରେ ପ୍ୟାଡ୍ ନାହିଁ ତେବେ ଆପଣ ଏମରଜେନ୍ସୀ ପାଇଁ କିଛି ଅଲଗା ଜିନିଷର ବ୍ୟବହାର କରିପାରିବେ ଯାହା ବିଷୟରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ତେବେ ଆସନ୍ତୁ ଜାଣିବା। ଓ୍ଵାଶକ୍ଲଥ୍: ଯଦି ଘରେ ସାନିଟାରୀ ନାପକିନ ସରିଯାଇଛି ଏବଂ ଆପଣଙ୍କୁ ବାହାରକୁ ଯିବାକୁ ପଡିବ। ତେବେ
 

ଋତୁସ୍ରାବ ହେବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ। ବେଳେବେଳେ ସମୟ ପୂର୍ବରୁ ଋତୁସ୍ରାବ ହୋଇଯାଇଥାଏ। ତେବେ ଏପରି ପରିସ୍ଥିତିରେ କିଛିଲୋକ କଣ କରିବେ, ଜାଣି ପାରନ୍ତି ନାହିଁ। ତେବେ ଯଦି ଆପଣଙ୍କ ପାଖରେ ପ୍ୟାଡ୍ ନାହିଁ ତେବେ ଆପଣ ଏମରଜେନ୍ସୀ ପାଇଁ କିଛି ଅଲଗା ଜିନିଷର ବ୍ୟବହାର କରିପାରିବେ ଯାହା ବିଷୟରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ତେବେ ଆସନ୍ତୁ ଜାଣିବା।

ଓ୍ଵାଶକ୍ଲଥ୍‌: ଯଦି ଘରେ ସାନିଟାରୀ ନାପକିନ ସରିଯାଇଛି ଏବଂ ଆପଣଙ୍କୁ ବାହାରକୁ ଯିବାକୁ ପଡିବ। ତେବେ ଆପଣ କଣ କରିବେ? ସେହି ସମୟରେ ଆପଣ ଓ୍ଵାଶକ୍ଲଥର ବ୍ୟବହାର କରିପାରିବେ।

ଟଏଲେଟ ରୋଲ: ବାହାରେ ଯେଉଁମାନେ ରହୁଛନ୍ତି ତାଙ୍କ ଟଏଲେଟରେ ଟଏଲେଟ ପେପର ରହିଥାଏ। ସେହି ପେପରକୁ ମୋଡି ପ୍ୟାଡ୍‌ ସ୍ଥାନରେ ଏହାକୁ ପ୍ରୟୋଗ କରିପାରିବେ। କିଛି ସମୟ ପାଇଁ ଆପଣ ଚିନ୍ତାମୁକ୍ତରେ ରହିପାରିବେ ଏବଂ ସେହି ସମୟ ବ୍ୟବଧାନରେ ଆପଣ ନାପକିନର ବ୍ୟବସ୍ଥା କରିଦେବେ।

ମୋଜା: ଯଦି ପିରିୟଡର ସ୍ରାବ ଅଧିକ ହେଉଛି ଏବଂ ଟଏଲେଟ ପେପର ଦ୍ୱାରା କାମ ହେଊନାହିଁ ତେବେ ସାନିଟାରୀ ନାପକିନ ସ୍ଥାନରେ ମୋଜାର ବ୍ୟବହାର କରିପାରିବେ। ଟଏଲେଟ ପେପରରେ ମୋଜାକୁ ଗୋଡାଇ ଏହାକୁ ପ୍ରୟୋଗ କରିପାରିବେ।

ରୁମାଲ: ଆପଣଙ୍କ ବ୍ୟାଗରେ ରୁମାଲ ତ ନିଶ୍ଚୟ ଥିବ, ତେବେ ଚିନ୍ତା କଣ ପାଇଁ। ରୁମାଲକୁ ଫୋଲଡ୍‌ କରି ପ୍ୟାଡ୍‌ ଭଳି ବ୍ୟବହାର କରିପାରିବେ।