ଅଗଷ୍ଟ ମାସ ଆରମ୍ଭ ହଉ ହଉ ଏହି ରାଶିମାନଙ୍କ ବଢିବ ସଙ୍କଟ, ଅସୁବିଧାକୁ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ

ଅଗଷ୍ଟ ମାସ ଆରମ୍ଭରେ ଏହି ସବୁ ରାଶିମାନଙ୍କ ଉପରେ ପଡିପାରେ ଖରାପ ପ୍ରଭାବ । ଆଜି ଆମେ ଆପଣ ମାନଙ୍କୁ ତିନୋଟି ଏପରି ରାଶି ବିଷୟରେ ସୂଚନା ପ୍ରଦାନ କରିବୁ, ଯେଉଁମାନଙ୍କ ପାଇଁ ଏହି ଅଗଷ୍ଟ ମାସଟି ବହୁତ ଖରାପ ହୋଇପାରେ । ଏମାନଙ୍କୁ ଏହି ମାସରେ କେତେକ ସମସ୍ୟାର ମଧ୍ୟ ସମ୍ମୁଖୀନ କରିବାକୁ ପଡ଼ିପାରେ । ଯଦିଓ, ଆପଣଙ୍କ ରାଶି ଉପରେ କିଛି ଖରାପ ପ୍ରଭାବ ପଡିପାରେ ତଥାପି ଆପଣଙ୍କୁ ଏଥିରୁ ଭୟ କରିବାର କିଛି
 

ଅଗଷ୍ଟ ମାସ ଆରମ୍ଭରେ ଏହି ସବୁ ରାଶିମାନଙ୍କ ଉପରେ ପଡିପାରେ ଖରାପ ପ୍ରଭାବ । ଆଜି ଆମେ ଆପଣ ମାନଙ୍କୁ ତିନୋଟି ଏପରି ରାଶି ବିଷୟରେ ସୂଚନା ପ୍ରଦାନ କରିବୁ, ଯେଉଁମାନଙ୍କ ପାଇଁ ଏହି ଅଗଷ୍ଟ ମାସଟି ବହୁତ ଖରାପ ହୋଇପାରେ । ଏମାନଙ୍କୁ ଏହି ମାସରେ କେତେକ ସମସ୍ୟାର ମଧ୍ୟ ସମ୍ମୁଖୀନ କରିବାକୁ ପଡ଼ିପାରେ । ଯଦିଓ, ଆପଣଙ୍କ ରାଶି ଉପରେ କିଛି ଖରାପ ପ୍ରଭାବ ପଡିପାରେ ତଥାପି ଆପଣଙ୍କୁ ଏଥିରୁ ଭୟ କରିବାର କିଛି ନାହିଁ, କାରଣ ଆମେ ଆପଣଙ୍କୁ ଏଥିରୁ ବଞ୍ଚିବାର କେତେକ ଉପାୟ ମଧ୍ୟ ଜଣାଇବୁ ।

ମିଥୁନ ରାଶି :

ମିଥୁନ ରାଶିର ଲୋକମାନଙ୍କୁ ପଇସା ଖରଚ କଲା ବେଳେ ଭାବି ଚିନ୍ତା ଖର୍ଚ କରିବା ଉଚିତ । ଏହି ଧନର କ୍ଷତି ଆପଣଙ୍କୁ କୌଣସି ରୂପରେ ମଧ୍ୟ ହୋଇପାରେ । ଯେପରି ଆପଣଙ୍କ ନିବେଶ କରିଥିବା ଟଙ୍କା ବୁଡ଼ିଯିବ, ଚାକିରୀରେ ମଧ୍ୟ କିଛି ବଡ କ୍ଷତି ହୋଇପାରେ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ହାନି ଘଟିପାରେ, ଚୋରି ହୋଇପାରେ କିମ୍ବା କୌଣସି ମୂଲ୍ୟବାନ ଜିନିଷ ହଜି ମଧ୍ୟ ଯାଇପାରେ । ଏଥିପାଇଁ ପାଇଁ ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ଅଗଷ୍ଟ ମାସରେ ଧନ ମାମଲାରେ ଟିକିଏ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ । ଏହି ଧନହାନିରୁ ବଞ୍ଚିବାର ଗୋଟିଏ ଉପାୟ ମଧ୍ୟ ରହିଛି, ଯାହାର ଅନ୍ତର୍ଗତରେ ଆପଣ ଏହି ହାନୀରୁ ନିଜକୁ ସୁରକ୍ଷିତ କରିପାରିବେ । ସେହି ଉପାୟଟି ହେଉଛି, ଅଗଷ୍ଟ ମାସର ସମସ୍ତ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ବ୍ରତ ରଖନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ଠାରେ ଘିଅର ଦୀପକ ପ୍ରଜ୍ବଳିତ କରନ୍ତୁ । ଏହା ବ୍ୟତୀତ ଆପଣ ନିଜ ଘରର ତିଯୋରୀ ବା ସିନ୍ଦୁକରେ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ମଧ୍ୟ ଲଗାଇ ପାରିବେ ।

ସିଂହ ରାଶି :

ଅଗଷ୍ଟ ମାସ, ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିପାରେ । ଏହି ମାସରେ ଆପଣଙ୍କ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବ । ଆପଣଙ୍କ ଚିନ୍ତା ଶେଷ ହେବ ନାହିଁ । ଆପଣ ଯେଉଁ କାର୍ଯ୍ୟ ମଧ୍ୟ କରିବେ ସେଥିରେ ବାଧା ଉତ୍ପନ୍ନ ହେବ । ଏମିତି ମଧ୍ୟ ହୋଇପାରେ କି ଆପଣଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ବିଗିଡି ପାରେ । ତଥାପି ଆପଣଙ୍କ ପାଖରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ମାର୍ଗ ମଧ୍ୟ ରହିଛି । ଏଥିପାଇଁ ଆପଣ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ଏବଂ ଶନିଦେବଙ୍କୁ କଳା ରାଶି ଏବଂ ସୋରିଷ ତେଲର ଦୀପକ ମଧ୍ୟ ପ୍ରଜ୍ବଳିତ କରନ୍ତୁ । କେବଳ ଶନିଦେବ ହିଁ ଆପଣଙ୍କ ଏହି ଦୁର୍ଭାଗ୍ୟରୁ ଆପଣଙ୍କୁ ମୁକ୍ତି ଦେଇ ପାରିବେ । ଏହି ମାସରେ ଆପଣଙ୍କ ଅତ୍ୟାବଶ୍ୟକ କାର୍ଯ୍ୟ ଗୁଡିକୁ ମଧ୍ୟ ସ୍ଥଗିତ ରଖିବା ଆପଣଙ୍କ ପାଇଁ ସଠିକ ବିକଳ୍ପ ଅଟେ ।

ମୀନ ରାଶି :

ମୀନ ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟ ଅଗଷ୍ଟ ମାସରେ ଖରାପ ରହିବ ଏବଂ କିଛି ଆତ୍ମୀୟ, ସମ୍ପର୍କୀୟ ଲୋକଙ୍କ ସହ ଝଗଡା ହେବ କିମ୍ବା ପ୍ରେମରେ ଅସଫଳ ଦେଖାଦେବ । ଏମିତି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟର ବିଶେଷ ଭାବରେ ଧ୍ୟାନ ରଖିବାକୁ ହେବ ଏବଂ ଯେକୌଣସି ଅତି ନିଜର ବ୍ୟକ୍ତିଙ୍କ ସହିତ ଲଢେ଼ଇ ଝଗଡା କରନ୍ତୁ ନାହିଁ । ଅଗଷ୍ଟ ମାସରେ ଆପଣଙ୍କର କ୍ରୋଧ ହିଁ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ ଆପଣ ନିଜ କ୍ରୋଧ ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖନ୍ତୁ । ଏହା ଛଡ଼ା ଆପଣ ଏହି ମାସରେ ଯେପରି କୌଣସି ବଧ ବିଘ୍ନ ନ ଆସିବା ପାଇଁ ଚାହୁଛନ୍ତି; ତେବେ ଭଗବାନ ଗଣେଶଙ୍କ ଆରାଧନା ମଧ୍ୟ କରିପାରିବେ । ଅଗଷ୍ଟ ମାସର ସମସ୍ତ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା କରନ୍ତୁ ଏବଂ ମନ୍ଦିରରେ ପ୍ରସାଦ ମଧ୍ୟ ଅର୍ପଣ କରନ୍ତୁ ।