ଓଠରେ ଲିପ୍‌ଷ୍ଟିକ୍‌ ଲଗଉଥିବା ଝିଅମାନେ ସାବଧାନ! ହେବ ଏହି ଭୟଙ୍କର ରୋଗ ଜାଣିରଖନ୍ତୁ କଣ, ନହେଲେ ପରେ ପସ୍ତେଇବେ

ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲିପଷ୍ଟିପ ଗୁରୁତ୍ବ ହୋଇଥାଏ। ଲିପଷ୍ଟିକ ବିନା ମହିଳା ମାନଙ୍କର ପ୍ରସାଧନ ସମ୍ପୂର୍ଣ୍ଣ ହୁଏନି। ଅନ୍ୟ ମେକଅପ୍ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି। କାରଣ ଲିପଷ୍ଟିକ ବ୍ୟତୀତ ପ୍ରସାଧନ ଖାଲି ଖାଲି ଲାଗେ। କିଛି ମହିଳା ଅନ୍ୟ କୌଣସିି ମେକଅପ୍ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ କିନ୍ତୁ ଲିପଷ୍ଟିକ ଲଗାଇବା ପାଇଁ ଭୁଲନ୍ତି ନାହିଁ। ଯଦି ଆପଣ ବି ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାର
 

ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲିପଷ୍ଟିପ ଗୁରୁତ୍ବ ହୋଇଥାଏ। ଲିପଷ୍ଟିକ ବିନା ମହିଳା ମାନଙ୍କର ପ୍ରସାଧନ ସମ୍ପୂର୍ଣ୍ଣ ହୁଏନି। ଅନ୍ୟ ମେକଅପ୍ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି। କାରଣ ଲିପଷ୍ଟିକ ବ୍ୟତୀତ ପ୍ରସାଧନ ଖାଲି ଖାଲି ଲାଗେ। କିଛି ମହିଳା ଅନ୍ୟ କୌଣସିି ମେକଅପ୍ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ କିନ୍ତୁ ଲିପଷ୍ଟିକ ଲଗାଇବା ପାଇଁ ଭୁଲନ୍ତି ନାହିଁ। ଯଦି ଆପଣ ବି ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାର କୁପ୍ରଭାବ କ’ଣ ରହିଛି ଜାଣନ୍ତୁ।

ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲିପ୍‌ଷ୍ଟିକ୍ ତିଆରି ନିମେନ୍ତ କ୍ରୋମିୟମ୍‌ ( Chromium)ଓ ମ୍ୟାଗ୍ନେସିୟମ୍‌ ( Magnesium)ଭଳି କ୍ଷତିକାରକ ଉପାଦାନ ବ୍ୟବହୃତ ହୁଏ। ଯାହା ଶରୀର ଭିତରକୁ ଯିବା ଫଳରେ କିଛି ଭୟଙ୍କର ରୋଗ ହେବାର ଆଶଙ୍କା ବଢାଇଦିଏ। ଏଥିସହିତ ଲିପ୍‌ଷ୍ଟିକ୍‌ରେ ଲିଡ୍‌ ବା ସିସା ଭଳି ହାନୀକାରକ ଉପାଦାନ ବହୁ ମାତ୍ରାରେ ରହିଛି। ଲିଡ୍‌ ଏକ ପ୍ରକାର ନ୍ୟୁରୋଟକ୍ସିନ ( Neuro Toxin) ଯାହା ଶରୀରର ସ୍ନାୟୁ ସଂସ୍ଥାନକୁ ପ୍ରଭାବିତ କରିବା ସହିତ  ହରମୋନ୍‌ ଅସନ୍ତୁଳନ ସମସ୍ୟାର ମୁଖ୍ୟ କାରଣ।

ଲିପିଷ୍ଟିକ୍‌ରେ ରହିଥିବା ଅନ୍ୟ ଏକ ଉପାଦାନ ହେଉଛି ପେଟ୍ରୋକେମିକାଲ ( Petro chemical)। ଯାହା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଉପାଦାନରେ ଗଠିତ। ଏହି କେମିକାଲ ଶରୀର ଭିତରକୁ ଗଲେ ଅନ୍ତଃସ୍ରାବୀରୁ ହରମୋନ୍ କ୍ଷରଣ ଗ୍ରନ୍ଥି ପ୍ରଭାବିତ ହୁଏ, ଯାହା ଫଳରେ ପ୍ରଜନନ ଜନିତ ସମସ୍ୟା ବଢ଼ିଯାଏ। ଏଣୁ ଲିପ୍‌ଷ୍ଟିକଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍‌। ଯଦି ଆପଣ ପ୍ରତିଦିନ ଲିପ୍‌ଷ୍ଟିକ୍‌ ବ୍ୟବହାର କରୁଛନ୍ତି ତାହାହେଲେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବେ ଅର୍ଗାନିକ୍ ଲିପ୍‌ଷ୍ଟିକ୍ ବ୍ୟବହାର କରିବେ,  ତାହା ପୁଣି ଦିନରେ ଥରେ। ଏହା ଫଳରେ ଲିପ୍‌ଷ୍ଟିକର ବ୍ୟବହାର ଦ୍ଵାରା ହେବାକୁ ଥିବା ବିଭିନ୍ନ ରୋଗକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ।

ଲିପ୍‌ଷ୍ଟିକ୍‌ର ବ୍ୟବହାରରେ ଯେତେ ସାବଧାନତା ଅବଲମ୍ୱନ କଲେ ସୁଦ୍ଧା ଏହା ପେଟକୁ ଯିବା ଥୟ। ଏହା ଦ୍ୱାରା କମ୍‌ ମାତ୍ରାରେ ହେଲେ ମଧ୍ୟ ଆପଣଙ୍କ ପେଟକୁ କେମିକାଲ ଯାଇଥାଏ। ଏଣୁ କେମିକାଲଯୁକ୍ତ ଲିପ୍‌ଷ୍ଟିକ୍‌ ବଦଳରେ ଅର୍ଗାନିକ ଲିପ୍‌ଷ୍ଟିକ୍‌ର ବ୍ୟବହାର ଭଲ ବିକଳ୍ପ। ଏହାର ପ୍ରସ୍ତୁତିରେ କୌଣସି କେମିକାଲର କିମ୍ୱା ଏନିମଲ୍‌ ଫ୍ୟାଟ୍‌ ବ୍ୟବହାର ହୋଇନଥିବା ଅର୍ଗାନିକ ଲିପ୍‌ଷ୍ଟିକ୍‌ ନିର୍ମାଣକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦାବି କରାଯାଉଛି।