ସକାଳ ଜଳଖିଆ ଡେରିରେ କିମ୍ବା ଜମାରୁ ଖାଉନାହାନ୍ତି କି! ତେବେ ଏହି ବଡ ରୋଗରେ ପଡିବାକୁ ଯାଉଛନ୍ତି, ଔଷଧ ବି କରିବନି କାମ

ଆଜିକାର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପ୍ରତି ଧ୍ୟାନ ଦେବା ଭୁଲି ଯାଉଛି। ବହୁତ୍ ଲୋକ ସକାଳ ଜଳଖିଆ ଡେରିରେ କିମ୍ବା ନ ଖାଇବାକୁ ଭୁଲି ଯାଆନ୍ତି। ଯଦି ଆପଣ ବି ଏପରି କରୁଛନ୍ତି ତେବେ ସାବଧାନ, କାରଣ ଏଥିପାଇଁ ଆପଣଙ୍କୁ ଆଗକୁ ବହୁତ୍ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ସର୍ଭେ ଅନୁଯାୟୀ ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ,
 

ଆଜିକାର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପ୍ରତି ଧ୍ୟାନ ଦେବା ଭୁଲି ଯାଉଛି। ବହୁତ୍ ଲୋକ ସକାଳ ଜଳଖିଆ ଡେରିରେ କିମ୍ବା ନ ଖାଇବାକୁ ଭୁଲି ଯାଆନ୍ତି। ଯଦି ଆପଣ ବି ଏପରି କରୁଛନ୍ତି ତେବେ ସାବଧାନ, କାରଣ ଏଥିପାଇଁ ଆପଣଙ୍କୁ ଆଗକୁ ବହୁତ୍ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ସର୍ଭେ ଅନୁଯାୟୀ ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ହୃଦ୍‌ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ।

ସକାଳ ଜଳଖିଆ ନ ଖାଇବା ଦ୍ବାରା ଆପଣଙ୍କ ଓଜନ ଓ ମୋଟାପଣ ଉଭୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚୀନର ସରକାରୀ ସମାଚାର ଏଜେନ୍ସି ଜିହ୍ନୁଆ ମୁତାବକ ଏକ ଗବେଷଣାରୁ ଜଣାପଡ଼ିଛି ଯେ ସକାଳ ଜଳଖିଆ ଖାଉଥିବା ୧୦.୦୯ ପ୍ରତିଶତ ବ୍ୟକ୍ତି ମୋଟାପଣର ଶିକାର ହେଉଥିବାବେଳେ ଜଳଖିଆ ଖାଉ ନ ଥିବା ୨୬.୭ ପ୍ରତିଶତ ବ୍ୟକ୍ତି ଅଧିକ ମୋଟାପଣର ଶିକାର ହୋଇଥାନ୍ତି।

ଯାହାଦ୍ବାରା ହୃତ୍‌ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ପ୍ରତ୍ୟେକ ଦିନ ବ୍ରେକ୍‌ଫାଷ୍ଟ କରିବା ଦ୍ବାରା ଶରୀରର ଓଜନ ଠିକ୍‌ ରହିଥାଏ। ବ୍ରେକ୍‌ଫାଷ୍ଟ କରୁ ନ ଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ଅଧିକ ଖାଇଥାନ୍ତି। ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ। ସେହିପରି ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି ସେମାନଙ୍କୁ ଟାଇପ୍‌ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ। ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ବାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ସେବନ କରନ୍ତୁ।