ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ, କିଣି ଆଣନ୍ତୁ ଘରକୁ ଏହି ୫ଟି ଜିନିଷ, ହେବ ଧନ ବୃଦ୍ଧି

 

ପାଳନ ହେବାକୁ ଯାଉଛି ଅକ୍ଷୟ ତୃତୀୟା। ଏହି ଦିନ ଲୋକେ ସାଧାରଣତଃ ସୁନା ଗହଣା କିଣିବାକୁ ପସନ୍ଦ କରିଥାନ୍ତି। ଏହି ଦିନ ସୁନା କିଣିଲେ ଘର ଉପରେ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ, ଯଦି ଆପଣ ଏହି ସମୟରେ ସୁନା କିଣିବା ପାଇଁ ସମର୍ଥ ନୁହଁନ୍ତି ତେବେ ମନ ଦୁଃଖ କରନ୍ତୁ ନାହିଁ। କାରଣ ସୁନା ବ୍ୟତୀତ ଆପଣ ଏହିଦିନ ଆଉ କିଛି ଜିନିଷ ମଧ୍ୟ କିଣିପାରିବେ।

୧. ଦକ୍ଷିଣାବର୍ତ୍ତୀ ଶଙ୍ଖରେ ମାତା ଲକ୍ଷ୍ମୀ ବାସ କରନ୍ତି। ସମୁଦ୍ର ମନ୍ଥନ ସମୟରେ ଏହାର ଉତ୍ପତ୍ତି ହୋଇଥିବା ବିଶ୍ୱାସ କରାଯାଏ। ତେଣୁ, ଅକ୍ଷୟ ତୃତୀୟା ଦିନ ଆପଣ ଏହି ଶଙ୍ଖକୁ ଘରକୁ ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ।

୨. ଏହା ବ୍ୟତୀତ ଆପଣ ଚାହିଁଲେ ଘରକୁ ୧୧ କଉଡି କିଣି ଆଣିପାରିବେ। ଏହା ଆଣି ପୂଜା କରିବା ଦ୍ୱାରା ଘରେ ଧନର ବର୍ଷା ହେବା ସହିତ ସୁଖ ସମୃଦ୍ଧି ବଢିଥାଏ।

୩. ଏକ ଆଖି ଥିବା ନଡ଼ିଆକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ଧରାଯାଏ। ଯେଉଁଘରେ ଏହା ଥାଏ ସେଠାରେ ଧନ ସମ୍ପତ୍ତିର କୌଣସି ଅଭାବ ରହିନଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ, ଅକ୍ଷୟ ତୃତୀୟା ଦିନ ଆପଣ ଏହି ନଡ଼ିଆକୁ ଘରକୁ ଆଣିପାରିବେ।

୪. ଅକ୍ଷୟ ତୃତୀୟା ଦିନ କ୍ରିଷ୍ଟଲ ବା ସ୍ଫଟିକ୍ କଇଁଛ ଆଣି ଏହାକୁ ପାଣି ପାତ୍ରରେ ରଖିବା ଦ୍ୱାରା ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡିଥାଏ।

୫. ଅକ୍ଷୟ ତୃତୀୟା ଦିନ ଆପଣ ନିଜ ଘରକୁ ପାରଦ ଶିବଲିଙ୍ଗ ଆଣି ପାରିବେ। କିନ୍ତୁ, ଏହାକୁ ବିଧି ଅନୁଯାଇ ହିଁ ପୂଜା କରନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ଶିବ ଏବଂ କୁବେରଙ୍କ କୃପାଦୃଷ୍ଟି ପଡ଼ିବ।