ମା ଲକ୍ଷ୍ମୀଙ୍କ ପୂଜାରେ ଘରେ ନିଶ୍ଚିତ କରନ୍ତୁ ଏହି କାମ, ମା ଖୁସି ହୋଇ କରିବେ ଧନର ବର୍ଷା
ଓଡିଶାର ପ୍ରସିଦ୍ଧ ପୂଜା ହେଉଛି ଗଜଲକ୍ଷ୍ମୀ ପୂଜା। ଓଡିଆ ପରମ୍ପରାରାରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ସଂପୂର୍ଣ୍ଣ ବିଶ୍ବାସ ରହିଛି । ମା’ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ୟ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ଟେବେ ଯଦି ଆପଣଙ୍କୁ ସର୍ବଦା ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣ କରୁଥିବା ଭୁଲ୍କୁ ସୁଧାରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ୍ଗୁଡିକ ସମ୍ପର୍କରେ
୧- ଯେଉଁ ଘରେ ପୂଜାର ଦୀପକୁ ଫୁଙ୍କି ଲିଭାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।
୨- ଭାଙ୍ଗିଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ।
୩- ଯଦି ଆପଣ ରାତିରେ ଗୋଡ ନ ଧୋଇକି କିମ୍ବା ଓଦା ଗୋଡରେ ଶୋଉଛନ୍ତି ତେବେ ଏହା ମଧ୍ୟ ଅଶୁଭ। ଏପରି କରିବା ଦ୍ବାରା ସର୍ବଦା ଧନ ସମସ୍ୟା ଲାଗି ରହେ। ଏଥିରୁ ନିବୃତ୍ତ ରୁହନ୍ତୁ।
୪- ରାତ୍ରିର କଦାପି ଅଇଁଠା ବାସନ ରଖନ୍ତୁ ନାହିଁ। ଏହା ଦ୍ବାରା ଲକ୍ଷ୍ମୀ ରୋଷ କରିଥା’ନ୍ତି।
୫- ଯଦି ଆପଣ ନଖ କାମୁଡିଛନ୍ତି ତେବେ ଏହାକୁ ବନ୍ଦ ରକନ୍ତୁ। ଏହା ଆପଣଙ୍କୁ ବହୁ ସମସ୍ୟାରେ ପକାଇବା।
୬- ଯେଉଁ ଘରେ ସୂ୍ର୍ଯ୍ୟାସ୍ତ ପରେ ଝାଡୁ କରାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ।
୭- ସେହିପରି ଯେଉଁ ଘରେ ନିୟମିତ ରୂପେ ଶଙ୍ଖ ବଜା ଯାଏ ନାହିଁ କିମ୍ବା ଭଗବାନଙ୍କୁ ଗାଳି ଦିଆଯାଇଥାଏ ସେହିଘରେ ମଧ୍ୟ ଭଗବାନ ବାସ କରନ୍ତି ନାହିଁ।
୮- ଯେଉଁ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିଆଯାଏ ନାହିଁ, ସେହି ଘରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ।