ଆସୁଛି ଜୋମ୍ବି ଭାଇରାସ୍! ଶଢ଼ିଯାଉଛି ଲୋକଙ୍କ ଶରୀର, କରିବାକୁ ଲାଗୁଛନ୍ତି ଅଦ୍ଭୁତ ବ୍ୟବହାର, ଜାଣନ୍ତୁ ପୂରା ଖବର

 

କିଛି ଦିନ ହେବ ଆମେରିକାରେ Xylazine ନାମକ ଏକ ଔଷଧକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଲୋକେ ଏହାକୁ ଜୋମ୍ବି ଡ୍ରଗ୍ ଭାବରେ ନାମ ଦେଇଛନ୍ତି। ଏହି ଡ୍ରଗ୍ସ ଅଧିକ ମାତ୍ରାରେ ଏବଂ ବାରମ୍ବାର ବ୍ୟବହାର କରିଲେ ଭୟଙ୍କର ସାଇଡ଼ ଇଫେକ୍ଟ ଦେଖିବାକୁ ମିଳୁଛି। ଏପରିକି ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଶାରୀରର ମାଂସ ଶଢିବାକୁ ଲାଗୁଥିବା କୁହାଯାଉଛି। ଦେହର ମାଂସ ଶଢିବାକୁ ଲାଗିଲେ ଲୋକେ ଜୋମ୍ବି ପରି ଦେଖା ଯାଉଛନ୍ତି ଯାହାଫଳରେ ଏହି ଡ୍ରଗ୍ସଟିର ନାମ ଏପରି ରଖାଯାଇଛି।

 ଟାଇମ୍ସ ମ୍ୟାଗାଜିନରେ ବାହାରିଥିବା ଏକ ରିପୋର୍ଟ ଅନୁଯାଇ ଏହି ଡ୍ରଗଟିକୁ ପଶୁମାନଙ୍କୁ ବେହୋସ କରିବା ପାଇଁ ବ୍ୟବହାର କରାଯାଉଥିଲା। କିନ୍ତୁ, ଏବେ ହିରୋଇନ୍ ପରି ଡ୍ରଗ୍ସର ସିଂନଥେଟିକ୍ କଟିଂ ଏଜେଣ୍ଟ ଭାବରେ Xylazine କୁ ବ୍ୟବହାର କରାଯାଉଛି। ଆମେରିକାର ଫିଲାଡେପ୍ଲିଆ ଠାରୁ ଏହି ଡ୍ରଗ୍ସର ବ୍ୟବହାର ଆରମ୍ଭ ହୋଇଥିବା ବେଳେ ଧୀରେ ଧୀରେ ସାନ୍-ଫ୍ରାନ୍ସିସ୍କୋ ଏବଂ ଲସ୍ ଆନ୍ଜେଲସରେ ଏହା ପ୍ରଭାବ ବିସ୍ତାର କରିଥିଲା।

ଆମେରିକାରେ ପଶମାନଙ୍କୁ ବେହୋସ କରିବା ପାଇଁ Xylazine ଦେବାକୁ ଅନୁମତି ଦିଆଯାଇଛି। ତେବେ, ମଣିଷ ଶରୀର ଉପରେ ଏହାର ଘାତକ ପ୍ରଭାବ ରହିଛି। ଏହାକୁ ବ୍ୟବହାର କରିବା ପରେ ମଣିଷକୁ ନିଦ ଲାଗିବା ସହିତ ନିଶ୍ୱାସ ମଧ୍ୟ ଧିମା ହେବାକୁ ଲାଗିଥାଏ। ଅଧିକ ବ୍ୟବହାର କରିବା ଦ୍ୱାରା ଶରୀରରେ ଘା ସୃଷ୍ଟି ହୋଇଥାଏ ଯାହା ଫଳରେ ମଣିଷ ଜୋମ୍ବି ସଦୃଶ ଦେଖା ଯିବାକୁ ଲାଗିଥାଏ। ଏପରିକି ଉଚିତ ଚିକିତ୍ସା ନ ମିଳିଲେ ଘା ହୋଇଥିବା ସ୍ଥାନକୁ କାଟିବାକୁ ପଡିଥାଏ।