ନିରାମିଷ ଖାଇଲେ ଅକାଳରେ ବୁଢା ହେବନି, ୮ ସପ୍ତାହ ଖାଇଲେ ନିୟନ୍ତ୍ରଣକୁ ଆସୁଛି ବଂଶଗତ ରୋଗ, ଜାଣନ୍ତୁ ପୁରା ଖବର
ନିରାମିଷ ଭୋଜନ ଭକ୍ଷଣ କଲେ କମୁଛି ବାୟୋଲୋଜିକାଲ ଏଜ୍ ! ଆଜ୍ଞା ହଁ । ହୁଏ ତ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । କାରଣ ଏହା ଆମେ କହୁ ନାହୁଁ ବରଂ ଏହା ଏକ ରିସର୍ଚ୍ଚ ଦ୍ଵାରା ପ୍ରମାଣିତ ହୋଇଛି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ଵାରା ଏହି ରିସର୍ଚ୍ଚ କରା ଯାଇଛି । ଯେଉଁ ରିସର୍ଚ୍ଚରୁ ଜଣା ପଡିଛି କି ଯଦି କେହି ନିରାମିଷ ଭୋଜନ ଭକ୍ଷଣ କରୁଛନ୍ତି ତେବେ ସେମାନେ ନିଜ ବୟସର ଲୋକଙ୍କ ତୁଳନାରେ କମ୍ ବୟସ ଭଳି ଦେଖା ଯାଉଛନ୍ତି । ବୈଜ୍ଞାନିକ ମାନେ ମଧ୍ୟ ଏଥିରେ ସହମ୍ମତିିି ପ୍ରକାଶ କରିଛନ୍ତି ।
ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ , ସେମାନେ ରିସର୍ଚ୍ଚ ପାଇଁ ପ୍ରଥମେ ୪୦ ଜଣ ସମ ବୟସ୍କ ପୁରୁଷ ଏବଂ ମହିଳାଙ୍କୁ ନେଇଥିଲେ । ପରେ ସେମାନଙ୍କୁ ଦୁଇଟି ଗ୍ରୁପ୍ ରେ ଭାଗ କରିଥିଲେ । ଗୋଟିଏ ଗ୍ରୁପ୍ କୁ ପ୍ରତିଦିନ ନିରାମିଷ ଖାଦ୍ୟ ତଥା ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଦେଉଥିଲେ ।
ଏପରିକି ସେହି ଗ୍ରୁପ୍ କୁ କ୍ଷୀର , ଦହି , ଛେନା ମଧ୍ୟ ଦେଉ ନ ଥିଲେ । ଏବଂ ଆଉ ଗୋଟିଏ ଗ୍ରୁପ୍ କୁ ସେମାନେ ପ୍ରତିଦିନ ଯେତେ ପ୍ରକାରର ଆମିଷ ଖାଦ୍ୟ ହୋଇ ପାରିବ ସବୁ ଦେଇଥିଲେ । ଯାହା ପରେ ଦେଖା ଦେଇଥିଲା କି ଯେଉଁ ଗ୍ରୁପ୍ କେବଳ ନିରାମିଷ ଭୋଜନ ଗ୍ରହଣ କରୁଥିଲେ ସେମାନଙ୍କ ବାୟୋଲୋଜିକାଲ୍ ଏଜ କମ୍ ରହୁଛି ।
ସେମାନଙ୍କ ବୟସ ତୁଳନାରେ ସେମାନେ ଖୁବ୍ ବୟସର ଦେଖା ଯାଉଛନ୍ତି । କେବଳ ଏତିକି ନୁହେଁ ବରଂ ସେମାନଙ୍କ ବ୍ଲଡ଼ ପ୍ରେସର୍ , ସୁଗାର ଲେବଲ୍ ଆଦିରେ ମଧ୍ୟ ନିୟନ୍ତ୍ରଣ ରହିଛି । କିନ୍ତୁ ଆମିଷ ଭୋଜନ ଗ୍ରହଣ କରୁଥିବା ଲୋକଙ୍କ ନିକଟରେ କୌଣସି ପରିବର୍ତ୍ତନ ଦେଖା ଦେଇନାହିଁ ।