କଲରା ସହିତ କଦାପି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ! ହୋଇଯାଏ ବିଷ, ଭୋଗିବେ ଏହି ସବୁ ଅସୁବିଧା

 

ପ୍ରାୟତଃ ଆଜିକାଲି ପିଲାମାନେ କଲରା ଖାଇବାକୁ ପସନ୍ଦ କରନ୍ତି ନାହିଁ। ସ୍ଵାଦରେ ଏହା ପିତା ଲାଗୁଥିଲେ ହେଁ ଶରୀର ପାଇଁ ବେସ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନିୟମିତ ଭାବରେ କଲରା ଖାଇଲେ ବଦହଜମି, କୋଷ୍ଠକାଠିନ୍ୟ ଏବଂ ଏସିଡ଼ିଟି ଭଳି ସମସ୍ୟା ଠାରୁ ଆପଣ ନିଜକୁ ଦୂରେଇ ରଖି ପାରିବେ। କେବଳ ସେତିକି ନୁହେଁ ବରଂ କଲରା ଖାଇବା ଦ୍ୱାରା ଡାଏବେଟିସ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିଥାଏ।

ତେବେ, ଏଭଳି କିଛି ଖାଦ୍ୟ ରହିଛି ଯାହାକୁ କଲରା ସହିତ ଖାଇବା ଉଚିତ୍ ନୁହେଁ। ଏହାକୁ କଲରା ସହିତ ଖାଇଲେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବାର ଭୟ ରହିଥାଏ।

୧. ଏବେ ଖରା ଦିନ ହୋଇଥିବା ବେଳେ ବଜାରରେ ପ୍ରଚୁର ପରିମାଣର ଆମ୍ବ ମିଳୁଛି। ତେବେ, ଆମ୍ବକୁ କଲରା ସହିତ ଖାଇବାର ଆଦୌ ଭୁଲ କରନ୍ତୁ ନାହିଁ। କାରଣ ଏହା ଶୀଘ୍ର ହଜ଼ମ ହୋଇନଥାଏ। ଯାହାଦ୍ୱାରା ବାନ୍ତି ଏବଂ ବିଭିନ୍ନ ପ୍ରକାର ପେଟର ସମସ୍ୟା ସୃଷ୍ଟି ହୋଇଥାଏ।

୨. ଅଧିକାଂଶ ଲୋକେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ, ଖାଇବାରେ କଲରା ରହିଥିଲେ ଦହି ଖାଆନ୍ତୁ ନାହିଁ। କାରଣ ଏଥିରେ ଥିବା ଲ୍ୟାକ୍ଟିକ୍ ଏସିଡ୍ କଲରାର ପୋଷକତତ୍ତ୍ୱ ସହିତ ମିଶି ବିଭିନ୍ନ ପ୍ରକାର ଚର୍ମ ସମସ୍ୟା ସୃଷ୍ଟି କରିଥାଏ।

୩. ପିଲାଦିନୁ ଭେଣ୍ଡି ଏକ ଭଲ ପରିବା ବୋଲି ଆମ୍ଭେ ଶୁଣି ଆସିଛୁ। କିନ୍ତୁ, କଲରା ସହିତ ଏହାକୁ ଖାଇବାର ଭୁଲ କଦାପି କରନ୍ତୁ ନାହିଁ। କାରଣ ଏହି ଦୁଇଟି ପରିବା ହଜ଼ମ ହେବା ପାଇଁ ବହୁତ ସମୟ ଲାଗିଥାଏ। ତେଣୁ, ଏହାକୁ ଏକାଠି ଖାଇବା ଅନୁଚିତ।

୪. ସେହିପରି ଭାବରେ କଲରା କିମ୍ବା କୌଣସି ପିତା ଖାଇବା ସହିତ କ୍ଷୀର ଖାଆନ୍ତୁ ନାହିଁ। କାରଣ ଏହା କୋଷ୍ଠକାଠିନ୍ୟ ଏବଂ ଅନ୍ୟ ପେଟ ଜନିତ ସମସ୍ୟା ସୃଷ୍ଟି କରିପାରେ।

୫. କଲରା ସହିତ ମୂଳା ଖାଇବା ଦ୍ୱାରା ଗଳାରେ କଫ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ, ଏପରି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।