ସାବଧାନ ! ଆୟୋଡ଼ିନ ଅଭାବ ହେଲେ ଶରୀରରେ ଦେଖା ଦିଏ ଏହି ସବୁ ଗମ୍ଭୀର ସମସ୍ୟା, ଭୁଲ ରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ

 

ଶରୀରକୁ ସୁସ୍ଥ ସବଳ ରଖିବାକୁ ହେଲେ ମଣିଷର ଖାଦ୍ୟପେୟ ଠିକ ରହିବା ନିହାତି ଜରୁରୀ ଅଟେ। ଏଥିସହିତ ଶରୀର ପାଇଁ ଭିଟାମିନ, ପ୍ରୋଟିନ ଏବଂ ଖଣିଜ ପଦାର୍ଥ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ଅଟେ। ଆୟୋଡ଼ିନ ଶରୀରର ବିକାଶ ରେ ସାହାଯ୍ୟ କରିଥାଏ। ଆମ ଶରୀରରେ ଆୟୋଡିନ ଥାଇରଏଡ ହରମୋନ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ବହୁତ କମ ମାତ୍ରାରେ ଆୟୋଡିନ ଆବଶ୍ୟକ ହେଉଥିଲେ ହେଁ ଏହା ନିୟମିତ ବ୍ୟବଧାନରେ ଦରକାର ହୋଇଥାଏ। 

ଆମେରିକାର ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଅନୁଯାଇ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଲାଙ୍କ ଶରୀରକୁ ୨୯୦ ମାଇକ୍ରୋଗ୍ରାମ ଆୟୋଡିନ ଆବଶ୍ୟକ, ସେହିପରି ଜଣେ ଗର୍ଭବତୀଙ୍କ ପାଇଁ ୨୨୦ ମାଇକ୍ରୋଗ୍ରାମ ଓ ବୟସ୍କ ମାନଙ୍କ ପାଇଁ ମାତ୍ର ୧୫୦ ମାଇକ୍ରୋଗ୍ରାମ ଆୟୋଡିନ ଆବଶ୍ୟକ ହୋଇଥାଏ। ଆୟୋଡିନ ଯୁକ୍ତ ଖାଇବା ଲୁଣ ବ୍ୟବହାର କରିବା ଦ୍ଵାରା ଶରୀରରେ ଏହାର ଅଭାବ ଦେଖାଯାଇ ନଥାଏ। କିନ୍ତୁ ଯଦି ଦେଖା ଯାଏ ତେବେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଆୟୋଡିନ ଅଭାବ ହେଲେ ଶରୀରରେ ଦେଖା ଯାଉଥିବା କିଛି ଲକ୍ଷଣ ବିଷୟରେ:-

୧: ଶରୀରରେ ଆୟୋଡିନ ଅଭାବ ହେଲେ ଥାଇରଏଡ ଗ୍ରନ୍ଥି ବୃଦ୍ଧି ପାଇଥାଏ ଯାହାଦ୍ଵାରା ମଣିଷକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

୨: ଆୟୋଡିନ ଅଭାବରେ ଶରୀରରେ କୋଷ୍ଠ କାଠିନ୍ୟ, ଓଜନ ବୃଦ୍ଧି ଏବଂ ଥକ୍କାପଣ ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ।

୩: ପୁରୁଷ ଙ୍କ ଅପେକ୍ଷା ମହିଳା ଙ୍କ ପାଖେ ଆୟୋଡିନ ଅଭାବ ବେଶୀ ଦେଖା ଯାଏ। କେଶ ଝଡ଼ିବା ମାଂସପେଶୀ ରେ ଯନ୍ତ୍ରଣା ହେବା ଚର୍ମ ଶୁଷ୍କ ହୋଇଯିବା ଆଦି ସମସ୍ୟା ଆୟୋଡିନ ଅଭାବରୁ ହିଁ ହୋଇଥାଏ।

ଆୟୋଡିନ ଅଭାବ ଅଛି ନା ନାହିଁ ଜାଣିବା ପାଇଁ ପରିସ୍ରା ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ। ଦହି, ମାଛ, କ୍ଷୀର, ପନୀର, ଅଣ୍ଡା ଇତ୍ୟାଦି ରେ ପ୍ରଯ୍ୟପ୍ତ ପରିମାଣରେ ଅୟୋଡିନ ରହିଥାଏ। ତେଣୁ ଆୟୋଡିନ ଯୁକ୍ତ ଲୁଣ ବ୍ୟତୀତ ଏହି ସବୁ ଖାଦ୍ୟ ଖାଇବା  ଜରୁରୀ ଅଟେ।