ଆପଣଙ୍କ କ୍ଷୀରରେ ବି ପାଉଡର ମିଶିଛି କି? ଏହି ସହଜ ପରୀକ୍ଷା ମାଧ୍ୟମରେ କରନ୍ତୁ ଚିହ୍ନଟ….

 

ସମସ୍ତେ ଏକ ସୁସ୍ଥ ଏବଂ ସୁନ୍ଦର ଶରୀର ପାଇବା ପାଇଁ ଆଶା ରଖିଥାନ୍ତି। ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ଖାସ୍ ଧ୍ୟାନ ରଖିବାକୁ ହୋଇଥାଏ। ଶରୀର ପାଇଁ ପ୍ରୋଟିନ୍ ବେସ୍ ଆବଶ୍ୟକ ହୋଇଥିବା ବେଳେ କ୍ଷୀର ଏହାର ଏକ ସହଜ ଏବଂ ପ୍ରଧାନ ସ୍ରୋତ ଅଟେ। ପ୍ରାୟ ସମସ୍ତେ କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ, କ୍ଷୀରରେ ଅପମିଶ୍ରଣ ହେବା ଏକ ବଡ଼ ସମସ୍ୟା ଅଟେ।

ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କ୍ଷୀରରେ ହେଉଥିବା ଅପମିଶ୍ରଣକୁ କିପରି ଚିହ୍ନଟ କରାଯାଇ ପାରିବ? କ୍ଷୀରରେ ସାଧରଣତଃ ମାଲ୍ଟୋଡେକ୍ସଟ୍ରିନ୍ ପାଉଡର, ରିଫାଇନ ତେଲ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ ମିଶ୍ରଣ କରାଯାଇଥାଏ। ଏହାକୁ ଚିହ୍ନଟ କରିବାକୁ ହେଲେ ଆପଣ ଦୁଇଟି ପଦ୍ଧତ୍ତି ଅପଣାଇ ପାରିବେ।

 ପ୍ରଥମେ କ୍ଷୀରର କିଛି ବୁନ୍ଦାକୁ ତଳେ ପକାନ୍ତୁ। ଯଦି ଏହି କ୍ଷୀର ଧୀରେ ଧୀରେ କିଛି ଧଳା ଅଂଶ ଛାଡ଼ି ବୋହି ଯାଉଅଛି, ତେବେ ଏହା ସୁଦ୍ଧ କ୍ଷୀର ଅଟେ। ଯଦି ଏହା ପାଣି ଭଳି ବୋହିଯାଉଛି ତେବେ ଏଥିରେ ଅପମିଶ୍ରଣ ହୋଇଥିବା ଜାଣିନିଅନ୍ତୁ। ଅନ୍ୟପକ୍ଷରେ କ୍ଷୀରରେ ଅମୋନିଆ ପାଇଁ ମଧ୍ୟ ପରୀକ୍ଷା କରିପାରିବେ। ଏଥିପାଇଁ ଲିଟମସ୍ ଟେଷ୍ଟ ବ୍ୟବହାର କରନ୍ତୁ। ନାଲି ଲିଟମସ୍ ଉପରେ କ୍ଷୀର ପକାଇଲେ ଯଦି ଅମୋନିଆ ଥିବ ତେବେ ଏହା ନୀଳ ରଙ୍ଗକୁ ପରିବର୍ତ୍ତିତ ହୋଇଯିବ।