ମଟନ ପ୍ରେମୀ ଟିକିଏ ଧ୍ୟାନ ଦିଅନ୍ତୁ, ଅଧିକ ମଟନ୍ ଖାଉଥିଲେ ଏହି ରୋଗ ସହ ହେବ ମୃତ୍ୟୁ, ଜାଣନ୍ତୁ ପୁରା ଖବର

 

ମଟନ୍‌ରେ ଅଧିକ ପରିମାଣର ପୋଷକତତ୍ତ୍ବ ରହିଥାଏ ଯାହାକି ଶରୀର ପାଇଁ ବେଶ ଲାଭଦାୟକ। ରେଡ୍‌ ମିଟ୍‌ ବା ମଟନ୍‌ରେ ପ୍ରୋଟିନ୍‌, ଭିଟାମିନ୍‌ ଏବଂ ଆଇରନ୍‌ ଭରପୂର ଥାଏ। ମଟନ୍ ଖାଇବା ଦ୍ବାରା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ପ୍ରତିଦିନ ମଟନ୍‌ ଖାଇବା କିମ୍ବା ଏକାଥରେ ଅଧିକ ପରିମାଣର ମଟନ୍‌ ଖାଇବା ଦ୍ବାରା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ । 

ମଟନ୍‌ ଖାଇବା ଦ୍ବାରା ଅନେକ ଗୁଡିଏ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ। ଆପଣ ଜାଣିଛନ୍ତି କି? ମଟନ୍‌ ଖାଇବା ଦ୍ବାରା ସାଂଘାତିକ ରୋଗ ହୋଇଥାଏ! ହାଡକୁ ସୁସ୍ଥ ଏବଂ ମଜବୁତ ରଖିବା ପାଇଁ କ୍ୟାଲସିୟମ ବହୁତ ଜରୁରୀ ହୋଇଥାଏ । କିନ୍ତୁ ଅଧିକ ପରିମାଣର ମଟନ୍‌ ଖାଇଲେ ବୋନ୍‌ର କ୍ୟାଲସିୟମ ଦୁର୍ବଳ ହୋଇଯାଏ । ମଟନ୍‌ ଖାଇବା ଦ୍ବାରା ହୃଦରୋଗ ଓ ଅନ୍ତନଳୀ କ୍ୟାନସର୍‌ ହୋଇଥାଏ। ଧିରେ ଧିରେ ଏହା ଶରୀରକୁ ଖୋଳ କରି ଦେଇଥାଏ। 

ଯାହା ଦ୍ବାରା ଜୀବନ ମଧ୍ୟ ଚାଲିଯାଇପାରେ। ଅଧିକ ରେଡ୍ ମିଟ୍‌ ଖାଇଲେ କୋଲୋରେକ୍ଟଲ କ୍ୟାନସର ହୋଇଥାଏ। ଏହା ସହିତ ଟାଇପ୍‌-୨ ଡାଇବେଟିସ୍ ମଧ୍ୟ ହେବାର ଆଶଙ୍କା ରହିଛି। ପ୍ରୋସେସଡ୍‌ ମିଟ୍‌ ଖାଇଲେ ଡାଇବେଟିସ୍ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ। ମଟନ୍‌ରେ ହାନିକାରକ ବ୍ୟାକ୍ଟେରିଆ ଥାଆନ୍ତି ଯାହାକି ଶରୀର ପାଇଁ ଅତ୍ୟନ୍ତ ଖରାପ। 

ଅଧିକ ମଟନ୍‌ ଖାଇବା ଦ୍ବାରା ତାହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଯାହା ଫଳରେ ଥକା ଅନୁଭବ ହୋଇଥାଏ । କ୍ରମେ ଥକାପଣ ବଢିବାକୁ ଆରମ୍ଭ କରିଥାଏ। ରେଡ୍‌ ମିଟ୍‌ ହେଉ କିମ୍ବା ପ୍ରୋସେସ୍ଡ ମିଟ୍‌, ସବୁଥିରେ ଅଧିକ ପରିମାଣର ଫ୍ୟାଟ୍‌ ଥାଏ । ଏହା ଫଳରେ ଇମ୍ୟୁନିଟି ପାଓ୍ବାର କମିଥାଏ । ସୁସ୍ଥ ରହିବା ପାଇଁ ସୀମିତ ମାତ୍ରାରେ ମଟନ୍‌ ଖାଇବା ଉଚିତ୍ ।