କରୋନା ଚିକିତ୍ସାକୁ ନେଇ ନୂତନ ଗାଇଡ଼ଲାଇନ ଆଣିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାଣନ୍ତୁ ସଂକ୍ରମିତ ହେଲେ ଖାଇବେ କେଉଁ ଔଷଧ

 

ଭାରତରେ କରୋନାଭାଇରସ୍ ସଂକ୍ରମଣ ହାର କ୍ରମାଗତ ହ୍ରାସ ପାଇବାରେ ଲାଗିଛି, ଏହି କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ମଧ୍ୟ କରୋନା ରୋଗର ଚିକିତ୍ସା ସମ୍ବନ୍ଧରେ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିଛନ୍ତି। ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କ ପାଇଁ ଆଣ୍ଟିପାଇରେଟିକ୍(ଜ୍ୱର ପାଇଁ) ଏବଂ ଆଣ୍ଟିଟୁସିଭ୍ (ଥଣ୍ଡା ପାଇଁ) ବ୍ୟତୀତ ଅନ୍ୟ ସମସ୍ତ ଔଷଧର ବ୍ୟବହାରକୁ ହଟାଇ ଦିଆଯାଇଛି।

ଏହା ସହିତ, ନୂତନ ନିର୍ଦ୍ଦେଶାବଳୀରେ ରୋଗୀମାନଙ୍କୁ ଯଦି ଆବଶ୍ୟକ ନହୁଏ ତେବେ ସିଟି ସ୍କାନ୍ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଉପଯୁକ୍ତ ଖାଦ୍ୟ ଉପରେ ନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ଏତିକି ନୁହେଁ, ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀରେ ବାଷ୍ପ ନେବା କଥା ମଧ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ନୂତନ ଗାଇଡଲାଇନରେ ଭିଟାମିନ୍, ଜିଙ୍କ ଏବଂ ଆଣ୍ଟିବାୟୋଟିକ୍ ବ୍ୟବହାରକୁ ମଧ୍ୟ ହଟାଇ ଦିଆଯାଇଛି |  କରୋନା ରୋଗର ଚିକିତ୍ସା ପାଇଁ ପାରାସିଟାମୋଲ, ଷ୍ଟେରଏଡ ଏବଂ ଅମ୍ଳଜାନର ସଠିକ ବ୍ୟବହାର ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳୀକୁ କୁହାଯାଇଛି।

ଏହା ସହିତ ରିମଡେସିଭିର ଔଷଧ ଏକ ପରୀକ୍ଷା ମୂଳକ ଡ୍ରଗ୍ ହୋଇଥିବାରୁ ଏହାର ବ୍ୟବହାରରେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ନୂତନ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଲୋକମାନେ କରୋନାର ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ଆଣ୍ଟିପାଇରେଟିକ୍ ଏବଂ ଆଣ୍ଟି-ଟୁସିଭ୍ ଔଷଧ ସେବନ କରିପାରିବେ, କାଶ ପାଇଁ ବୁଡୋସୋନାଇଡ୍ ଦିନକୁ ଦୁଇଥର ୮୦୦ ମିଗ୍ରା ଡୋଜରେ ୫ ଦିନ ପାଇଁ ଗ୍ରହଣ କରିପାରିବେ। 

ଏଥି ସହିତ ରେମଡେସିଭିର ଔଷଧ ସମ୍ବନ୍ଧରେ ସରକାର କହିଛନ୍ତି ଯେ ରୋଗ ଆରମ୍ଭ ହେବାର ୧୦ ଦିନ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମଧ୍ୟମ କିମ୍ବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭିର ବ୍ୟବହାର କରାଯିବ।  ଏହା ସହିତ, ଷ୍ଟେରଏଡ ବ୍ୟବହାର ପାଇଁ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଷ୍ଟେରଏଡ ଗୁଡିକ ସଠିକ୍ ସମୟରେ, ସଠିକ୍ ମାତ୍ରାରେ ଏବଂ ସଠିକ୍ ଅବଧି ପାଇଁ ବ୍ୟବହାର କରାଯିବା ଉଚିତ୍। ଏହାକୁ କେବଳ ଚିକିତ୍ସକଙ୍କ ପରାମର୍ଶରେ ନିଆଯିବାକୁ ନିର୍ଦେଶ ଦିଆଯାଇଛି।

ଏଥି ସହିତ, ମାସ୍କ, ହାତର ସ୍ୱଚ୍ଛତା ଏବଂ ଶାରୀରିକ ଦୂରତା ଅନୁସରଣ ଉପରେ ଗୁରୁତ୍ୱ ଦେବା ସହ ରୋଗୀମାନଙ୍କୁ ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ରୋଗୀ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ସଂଯୁକ୍ତ ରହିବାକୁ ଏବଂ ଫୋନ୍, ଭିଡିଓ କଲ୍ ଇତ୍ୟାଦି ମାଧ୍ୟମରେ ସକରାତ୍ମକ ବାର୍ତ୍ତାଳାପ କରିବାକୁ କୁହାଯାଇଛି।