କରୋନା ସହ ଏବେ ଆଉ ଏକ ମହାମାରୀ ସହ ଲଢ଼ିବ ମାନବଜାତି ! ମସ୍ତିଷ୍କ ଖିଆ ଆମିବା ଏବେ ବିଶେଷଜ୍ଞ ମାନଙ୍କ ହେଲା ବଡ଼ ମୁଣ୍ଡବଥା

 

ସାରା ବିଶ୍ୱ ବର୍ତ୍ତମାନ କରୋନାର ଭୟାଭୟତାକୁ ଦେଖିସାରିଲାଣି। ବିଶ୍ୱର କୋଟି କୋଟି ଲୋକ ଏହାଦ୍ୱାରା ସଂକ୍ରମିତ ହୋଇ ଜୀବନ ହାରୁଥିବା ବେଳେ ବର୍ତ୍ତମାନ ବୈଜ୍ଞାନିକମାନେ କରୋନା ଠାରୁ ଆହୁରି ଭୟଙ୍କର ଏକ ରୋଗ ବିଷୟରେ ଚେତାଇ ଦେଇଛନ୍ତି ଯାହା ଆଗକୁ ମଣିଷର ଅସ୍ତିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକୃତରେ ଦୁଇଟି ଖାସ ବିଶେଷ ପ୍ରକାରର ପାଥୋଜେନ୍ ମନୁଷ୍ୟ ପାଇଁ ଅତ୍ୟନ୍ତ ବିପଦଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ନାଏଗ୍ଲେରିଆ ଫଲେରୀ( Naegleria Folery) ଏପରି ଏକ ଆମିବା ଅଟେ ଯାହା ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ଏହାକୁ ଖାଇଥାଏ। ୟୁନିଭର୍ସିଟି ଅଫ ସାଉଥ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ସଂକ୍ରାମକ ରୋଗ ବିଶେଷଜ୍ଞ ସାନ୍ଦ୍ରା ଗୋମ୍ପଫ ଦାବି କରିଛନ୍ତି ଯେ ମାନବ ମସ୍ତିଷ୍କ ଖାଉଥିବା ଏମିବା ନାଏଗ୍ଲେରିଆ ଫଲେରୀ( Naegleria Folery)ଏବଂ ମାନବ ଶରୀରକୁ ପଚାଇଉ ଥିବା ବ୍ୟାକଟେରିଆ ଜୀବାଣୁ Vibrio vulnificus ବର୍ତ୍ତମାନ ମଣିଷ ପାଇଁ ବଡ ବିପଦ ଅଣୁଛନ୍ତି।

ବୈଜ୍ଞାନିକମାନଙ୍କ କହିବା ମୁତାବକ ଏହା ଖୁବ୍ ଶୀଘ୍ର ବ୍ୟାପିଥାନ୍ତି ଏବଂ ଥରେ କୌଣସି ମଣିଷ ଏହା ଦ୍ୱାରା ସଂକ୍ରମିତ ହେଲେ ତାଙ୍କ ଜୀବନ ବଞ୍ଚାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ମାନବ ଜାତି ଉପରେ ମାଡ଼ି ଆସୁଥିବା ଏହି ନୂଆ ବିପଦ ପାଇଁ ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ ଏବଂ ମଣିଷ ଦ୍ୱାରା ଜଳସମ୍ପଦକୁ ନଷ୍ଟ କରାଯିବାକୁ ଦାୟୀ କରିଛନ୍ତି।

ସେମାନଙ୍କ କହିବା ମୁତାବକ ନାଏଗ୍ଲେରିଆ ଫଲେରୀ ଆମିବା ସାଧାରଣତଃ ଗଭୀର ସମୁଦ୍ର ଭିତରେ ମିଳିଥାନ୍ତି କିନ୍ତୁ ବିଶ୍ୱରେ ବଢୁଥିବା ଉତ୍ତାପ ହେତୁ ସେମାନେ ସମୁଦ୍ର ବାହାର ଜନବସତି ଆଡକୁ ମୁହାଁଇଛନ୍ତି। ଏପରିକି ବର୍ତ୍ତମାନ ଏହି ଏମିବା ଆମେରିକାର ଫ୍ଲୋରିଡା, ଟେକ୍ସାସ୍ ପରି ରାଜ୍ୟର ସମୁଦ୍ରକୂଳରେ ମଧ୍ୟ ଦେଖିବାକୁ ମିଳିଛି ଯାହା ଆଗକୁ ଏକ ବଡ଼ ବିପଦର ସଂକେତ ଦେଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।