ଡାଇବେଟିସ ରୋଗୀ ଭୁଲ ରେ ବି ଏହି ୪ଟି ଫଳ ଖାଆନ୍ତୁ ନାହିଁ, ନହେଲେ ହୋଇଯିବ ଅସୁବିଧା

 

ଡାଇବେଟିସ ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ହୋଇଥିବା ବେଳେ ଲୋକେ କିନ୍ତୁ ଖାଦ୍ୟର ଚୟନରେ ଅଧିକ ଦ୍ବନ୍ଦରେ ପଡିଥାନ୍ତି।କେହି କେହି ସେହି ଏକା ପ୍ରକାରର ଖାଦ୍ୟକୁ ଖାଇବାକୁ କହୁଥିବା ବେଳେ କେହି କେହି ଏହାକୁ ଖାଇବାକୁ ମନା କରନ୍ତି। ଯାହା ଫଳରେ ଡାଇବେଟିସ ଆକ୍ରାନ୍ତ ବ୍ୟକ୍ତି ନିଜ ମନ ପସନ୍ଦ ଖାଦ୍ୟ ଖାଇବାରୁ ଅନେକ ସମୟରେ ବଞ୍ଚିତ ହୋଇଥାଏ।

ବର୍ତ୍ତମାନର ସୋସିଆଲ ମିଡିଆ ଜମାନରେ ସେ ଗୁଗଲ ହେଉ କି ୟୁ ଟୁବ ଡାଇବେଟିସକୁ ନେଇ ବିଶେଷ ତଥ୍ୟ ରହିଛି। ହେଲେ ଆମେ ଆପଣଙ୍କୁ କହି ରଖୁଛୁ ତଥ୍ୟ ଗୁଡ଼ିକର ବାସ୍ତବ ସତ୍ୟ ନ ଜାଣି କୌଣସି ବି ପଦ୍ଧତିକୁ ଆପଣାଇ ନିଅନ୍ତୁ ନାହିଁ।

ତେବେ ଆଜି ଆମେ ବିଶେଷ କରି ଫଳ ବିଷୟରେ ଜାଣିବା।କେଉଁ ଫଳ ଖାଇବେ ଓ କେଉଁ ଫଳ ଖାଇବେ ନାହିଁ ଓ ଖାଇବେ ଯଦି କେତେ ପରିମାଣରେ ଖାଇବେ ସେ ବିଷୟରେ ଜାଣିବା।

୧- କଦଳୀ : ଏହା ସବୁଦିନ ଖାଇବା ଠିକ୍ ହୋଇ ନଥାଏ। ମଝିରେ ମଝିରେ ଖାଇ ପାରିବେ। ଅଧିକ ପାଚି ଯାଇଥିବା କଦଳୀ ନ ଖାଇଲେ ଭଲ।

୨- ଆମ୍ବ : ୧୦୦ ଗ୍ରାମରୁ ଅଧିକ ଆମ୍ବ ଖାଇବା ଉଚିତ୍ ନୁହେଁ। ଅର୍ଥାତ୍ ଗୋଟିଏ ଆମ୍ବ ଖାଇ ପାରିବେ।

୩- ଅଙ୍ଗୁର : ଅଙ୍ଗୁରରେ ଅଧିକ ଫାଇବର ଥାଏ, ଯାହା ଡାଇବେଟିସ ବଢ଼ାଇଥାଏ। ତେଣୁ ଅଙ୍ଗୁର ନ ଖାଇଲେ ଭଲ।

୪ - ପଣସ : ଏଥିରେ ଅଧିକ ପରିମାଣର ଚିନି ରହିଥାଏ।ନ ଖାଇଲେ ଭଲ। ତେବେ ସେଓ, ଅମୃତ ଭଣ୍ଡା, କମଳା ଆଦି ଫଳ ଡାଇବେଟିସ ବ୍ୟକ୍ତି ମାନେ ଖାଇ ପାରିବେ।