ପିରିୟଡ୍ସ ସମୟରେ ଶାରୀରିକ ସମ୍ପର୍କ ରଖିଲେ କଣ ହେବ? ଜାଣନ୍ତୁ ଏହି ସମୟରେ ସମ୍ପର୍କ ରଖିବା ଠିକ୍ ନା ଭୁଲ୍
ପିରିୟଡସ୍ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଆସିଥାଏ । ପିରିୟଡସ୍ ମଧ୍ୟରେ ଶାରିରୀକ ସଂପର୍କ ସ୍ଥାପନ କରାଯାଇପାରିବ କି ନାହିଁ ? ଏପରି ଅନେକ ପ୍ରଶ୍ନ । ଆଉ କିଛି ଲୋକ ତ ଏହା ମଧ୍ୟ ବିଶ୍ୱାସ କରନ୍ତି କି ଏହି ସମୟ ମଧ୍ୟରେ ଯୌନ ସମ୍ପର୍କ ରଖିବା ସୁରକ୍ଷିତ ନୁହେଁ । ତେବେ କିନ୍ତୁ କଣ ଏହା ସତ କି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଆସନ୍ତୁ ବିସ୍ତାରରେ ଜାଣିବା.......
ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଙ୍କିତା ଚାନ୍ଦନା କହିଛନ୍ତି ଯେ ଏହି ସମୟରେ ଆପଣ ନିଜ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିପାରିବେ । ଏହି ସମୟରେ ସମ୍ପର୍କ ରଖିବା କୌଣସି ବିପଦ ପୂର୍ଣ୍ଣ ହୋଇ ନଥାଏ । ଏହା ସମ୍ପୁର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରେ କାରଣ ଏହି ସମୟ ମଧ୍ୟରେ କିଛି ମହିଳା ସମ୍ପର୍କ ରଖିବାକୁ ପସନ୍ଦ କରୁଥିବାବେଳେ କିଛି ମହିଳା ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ ।
ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଋତୁସ୍ରାବ ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ମିଳିଥାଏ । କାରଣ ଯେତେବେଳେ ଆପଣ ଶାରୀରିକ ସମ୍ପର୍କ ରଖନ୍ତି ସେତେବେଳେ ଆପଣ ରିଲାକ୍ସ ଅନୁଭବ କରନ୍ତି । ଯେଉଁ କାରଣରୁ ଶରୀରରେ ଏଣ୍ଡୋରଫିନ୍ ହରମୋନ୍ ନିର୍ଗତ ହୁଏ । ଏହା ଏକ ଯନ୍ତ୍ରଣା ହ୍ରାସ କରୁଥିବା ହରମୋନ୍ ଯାହା ଆପଣଙ୍କୁ ପିରିୟଡ୍ କଷ୍ଟରୁ ମୁକ୍ତି ଦେଇଥାଏ ।
ଯଦିଓ ଆପଣ ପିରିୟଡ୍ସ ମଧ୍ୟରେ ଯୌନ ସମ୍ପର୍କ ରଖିପାରନ୍ତି , ଏହି ସମୟ ମଧ୍ୟରେ ସଂକ୍ରମଣର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ତେବେ ଗର୍ଭାଶୟ ଏହି ସମୟ ମଧ୍ୟରେ ଖୋଲିଥାଏ ଯେଉଁ କାରଣରୁ ସହଜରେ ଶରୀରକୁ ପ୍ରବେଶ କରନ୍ତି । ଏଭଳି ପରିସ୍ଥିତିରେ ଯୌନ ସଂକ୍ରମିତ ରୋଗ (STI) ହେବାର ସମ୍ଭାବନା ବଢ଼ିଥାଏ । ତେଣୁ, ଏହି ସମୟରେ ସେକ୍ସ କରିବା ସମୟରେ କଣ୍ଡୋମ ବ୍ୟବହାର କରିବା ଉଚିତ୍ ହୋଇଥାଏ ।
ପର୍ଯ୍ୟାୟକ୍ରମେ, ପିରିୟଡ୍ସ ସମୟରେ ଅନେକ ମହିଳାଙ୍କ ମଧ୍ୟରେ ଯୌନ ସମ୍ପର୍କର ଉତ୍ସାହ ବଢ଼ୁଥିବା ବେଳେ ଆଉ କିଛି ମହିଳାଙ୍କ କ୍ଷେତ୍ରରେ ଏପରି ହୋଇ ନଥାଏ । ଏହା ସମ୍ପୁର୍ଣ୍ଣ ଭାବରେ ସେମାନଙ୍କ ଶରୀରରେ ଥିବା ହରମୋନ୍ କାରଣରୁ ହୋଇଥାଏ ।
ଏହି ସମୟରେ , ମହିଳାମାନଙ୍କ ଠାରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହରମୋନର ସ୍ତର ବଦଳିବାରେ ଲାଗେ, ଯେଉଁ କାରଣରୁ ସେକ୍ସ ଡ୍ରାଇଭରେ ପରିବର୍ତ୍ତନ ହୋଇପାରେ ।