ସେକ୍ସ ଦ୍ୱାରା ବ୍ୟାପୁଛି କରୋନା ଭାଇରସ୍? ଶାରୀରିକ ସମ୍ପର୍କ ରଖୁଥିଲେ ଜାଣି ରଖନ୍ତୁ ଏହିସବୁ ଜରୁରୀ କଥା

ସାରା ବିଶ୍ୱରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ଭାଇରସ ଲୋକଙ୍କୁ ଅତି ସହଜରେ ନିଜ ଶିକାର କରୁଛି। କରୋନା ଭାଇରସ ବିରୁଦ୍ଧରେ ଅନେକ ପ୍ରକାରର ପ୍ରତିରକ୍ଷା ପାଇଁ ପରାମର୍ଶ ଦିଆଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ସାମାଜିକ ଦୂରତା। ତଥାପି, ସାମାଜିକ ଦୂରତା ବିଷୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିଛି। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି କରୋନା ଭାଇରସ ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପୁଛି କି? ବିଶ୍ୱ ସ୍ୱାସ୍ଥ୍ୟ
 

ସାରା ବିଶ୍ୱରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ଭାଇରସ ଲୋକଙ୍କୁ ଅତି ସହଜରେ ନିଜ ଶିକାର କରୁଛି। କରୋନା ଭାଇରସ ବିରୁଦ୍ଧରେ ଅନେକ ପ୍ରକାରର ପ୍ରତିରକ୍ଷା ପାଇଁ ପରାମର୍ଶ ଦିଆଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ସାମାଜିକ ଦୂରତା। ତଥାପି, ସାମାଜିକ ଦୂରତା ବିଷୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିଛି। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି କରୋନା ଭାଇରସ ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପୁଛି କି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ଭାଇରସ ସେକ୍ସୁଆଲ୍ ଟ୍ରାନ୍ସମିଟେଡ ନୁହେଁ। ଲଣ୍ଡନ ଡାକ୍ତର ଆଲେକ୍ସ ଜର୍ଜ କୁହନ୍ତି, ‘ଯଦି ଆପଣ ପୂର୍ବରୁ କାହା ସହିତ ସମ୍ପର୍କ ରଖିଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ସହ ସମାନ ପ୍ରକାରର ପରିବେଶରେ ରୁହନ୍ତି, ତେବେ ସେହି ପରିବେଶରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ। ଯଦିଓ, ଯଦି ଆପଣଙ୍କ ମଧ୍ୟରୁ କାହା ଠାରେ କରୋନାର ଲକ୍ଷଣ ଦେଖାଯାଏ ତେବେ ଆପଣ ଉଭୟଙ୍କ ଭିତରେ ଦୂରତା ରଖିବା ଉଚିତ ଏବଂ ନିଜ ଘରେ ଆଇସୋଲେସନ ହେବା ଉଚିତ୍। ଏକାଠି ରୁହନ୍ତୁ ନା କାହିଁକି, ଲକ୍ଷଣ ଦେଖାଯିବା ପରେ ପରସ୍ପର ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରଖ। ଯଦି ଆପଣଙ୍କର କରୋନା ଭାଇରସର ସାମାନ୍ୟ ଲକ୍ଷଣ ଅଛି ଏବଂ ଯଦି ଆପଣ ନିଜ ସାଥୀଙ୍କ ଠାରୁ ଦୂରତା ନ ରଖନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ମଧ୍ୟ କରୋନାରେ ସଂକ୍ରମିତ ହେବେ।

ତେବେ ଏହି ସମୟରେ ନୂତନ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବା ଉଚିତ୍, କାରଣ ଏହା ଆପଣଙ୍କ ଭିତରେ କରୋନା ହେବାର ଆଶଙ୍କା ବଢାଇପାରେ। କିଛି ଲୋକଙ୍କଠାରେ କରୋନା ଭାଇରସର ଲକ୍ଷଣ ଉପରରୁ ଦେଖାଯାଏ ନାହିଁ। ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ କରୋନା ଭାଇରସର କୌଣସି ଲକ୍ଷଣ ନ ଥାଇ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦିଓ ଆପଣ ଅନୁଭବ କରୁଛନ୍ତି ଯେ ଆପଣ ସମ୍ପୂର୍ଣ୍ଣ ଫିଟ୍, ତଥାପି ଆପଣ ଏହି ରୋଗକୁ ଅନ୍ୟକୁ ପହଞ୍ଚାଇ ପାରିବେ। ଘନିଷ୍ଠ ସମ୍ପର୍କ ଏବଂ ଚୁମ୍ବନ କରିବା ଦ୍ୱାରା ମଧ୍ୟ ଏହା ଅଧିକ ଲୋକଙ୍କ ପାଖକୁ ପହଞ୍ଚିପାରିବ।

ଡାକ୍ତର ଆଲେକ୍ସ କହିଛନ୍ତି ଯେ ଯଦି ଆପଣ କାହାକୁ ଚୁମ୍ବନ ଦେଇଛନ୍ତି କିମ୍ବା ଆପଣ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାହାଠାରେ ବର୍ତ୍ତମାନ କରୋନାର ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ନିଜକୁ ଆଇସୋଲେଟ୍ କରନ୍ତୁ ଏବଂ ଆପଣଙ୍କର ଲକ୍ଷଣଗୁଡ଼ିକୁ ମଧ୍ୟ ଅତି ଭଲ ଭାବରେ ଦେଖନ୍ତୁ। ଯଦି ଆପଣ କରୋନାର କୌଣସି ଲକ୍ଷଣ ଦେଖନ୍ତି ତେବେ ସତର୍କ ରୁହନ୍ତୁ। ଯଦି ଆପଣଙ୍କର ଲକ୍ଷଣ ଗମ୍ଭୀର, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ନିଜର ଟେଷ୍ଟ କରାନ୍ତୁ।