ଗର୍ଭବତୀ ହେବାର ସଠିକ୍ ବୟସ କେତେ? ୩୫ ବର୍ଷ ପରେ ଗର୍ଭବତୀ ହେଲେ କଣ ହେବ? ଜାଣନ୍ତୁ ଡାକ୍ତର କହୁଛନ୍ତି

 

ବର୍ତ୍ତମାନ ସମୟରେ ମହିଳା ମାନେ ଉଚ୍ଚ ଶିକ୍ଷିତ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ନ ହେବା ପର୍ଯ୍ୟନ୍ତ ସାଧାରଣତଃ ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ମଧ୍ୟ । ହେଲେ କିନ୍ତୁ ଜାଣନ୍ତୁ ବିଳମ୍ବରେ ବିବାହ କରିବା ଦ୍ୱାରା କେଉଁ ସବୁ ଅସୁବିଧା ହୋଇଥାଏ .....

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସାଧାରଣତଃ ମାଆ ହେବାର ଉଚିତ୍ ବୟସ ହେଉଛି ୨୦ ରୁ ୨୮ ବର୍ଷ । କିନ୍ତୁ ମହିଳା ମାନେ ବିଳମ୍ବରେ ବିବାହ କରିବା ଦ୍ୱାରା ବିଳମ୍ବରେ ମାଆ ହେଉଛନ୍ତି । କେହି କେହି ୩୦ ବର୍ଷରେ ବା ତା ଠାରୁ ଉର୍ଦ୍ଧ୍ବ ବୟସରେ ବି ମାଆ ହେଉଛନ୍ତି । ଯାହା ଉଭୟ ମାଆ ଓ ଶିଶୁ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ ।

ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ , ୩୦ ବର୍ଷ କିମ୍ବା ୨୮ ବର୍ଷ ପର ଠାରୁ ଠାରୁ ମା ଗର୍ଭାଶୟରେ ଅଣୁ ସଂଖ୍ୟା କମ ହେବା ଆରମ୍ଭ ହୋଇଥାଏ । ଏପରିକି ମହିଳା ମାନଙ୍କର ଗର୍ଭ ଧାରଣ କ୍ଷମତା ମଧ୍ୟ କମିବାକୁ ଲାଗିଥାଏ । କେବଳ ଏତିକି ନୁହେଁ ବରଂ ଏହା ସହିତ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ ।

ଏହି ବୟସର ମହିଳା ମାନଙ୍କ ଠାରେ କ୍ୟାଲସିୟମର ପରିମାଣ କମିବା ସହିତ ଆଇରନ ଡେଫିସିଏନ୍ସି ମଧ୍ୟ ଦେଖା ଦେଇଥାଏ । ତେଣୁ ଏହି ବୟସରେ ଗର୍ଭ ଧାରଣ କରିବା ବିପଦପୂର୍ଣ୍ଣ ହୋଇଥାଏ ।

ଶିଶୁର ସ୍ଵାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଏପରିକି ଶିଶୁ ଠାରେ ଡାଇବେଟିସ୍ ର ଲକ୍ଷଣ ଦେଖା ଦେବାର ସମ୍ଭାବନା ରହିଥାଏ । ଶିଶୁର ହାର୍ଟ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।