Ind vs Aus: ମାତ୍ର ୧୫୧ ରନ ରେ ଅଲ ଆଉଟ ଅଷ୍ଟ୍ରେଲିଆ, ବୁମରାହ କଲେ କମାଲ, ଭାଙ୍ଗିଲା ୩୯ ବର୍ଷ ର ପୁରୁଣା ରେକର୍ଡ।

Ind vs Aus: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ତୃତୀୟ ମ୍ୟାଚ ର ତୃତୀୟ ଦିନ ରେ ପ୍ରଥମ ପାରି ରେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ ରେ ଅଲ ଆଉଟ ହେଇଯାଇଛି। ଭାରତର ବଲର ବୁମରାହ ୩୩ ରନ ଦେଇ ୬ ଗତି ବିକେଟ ନେଲେ। ୨ ଟି ବିକେଟ ଜାଡେଜା କୁ ମିଳିଲା। ଭାରତୀୟ ଟିମ ଅଷ୍ଟ୍ରେଲିଆ କୁ ଫୋଲୋ ଅନ ନ ଦେଇ ପୁଣି ବେଟିଙ୍ଗ ଆରମ୍ଭ କଲା। ଭାରତ ପୂର୍ବରୁ ୪୪୩-୬
 

Ind vs Aus: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ତୃତୀୟ ମ୍ୟାଚ ର ତୃତୀୟ ଦିନ ରେ ପ୍ରଥମ ପାରି ରେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ ରେ ଅଲ ଆଉଟ ହେଇଯାଇଛି। ଭାରତର ବଲର ବୁମରାହ ୩୩ ରନ ଦେଇ ୬ ଗତି ବିକେଟ ନେଲେ। ୨ ଟି ବିକେଟ ଜାଡେଜା କୁ ମିଳିଲା। ଭାରତୀୟ ଟିମ ଅଷ୍ଟ୍ରେଲିଆ କୁ ଫୋଲୋ ଅନ ନ ଦେଇ ପୁଣି ବେଟିଙ୍ଗ ଆରମ୍ଭ କଲା। ଭାରତ ପୂର୍ବରୁ ୪୪୩-୬ ରେ ଡିକଲର କରିଦେଇ ଥିଲା।

ବୁମରାହ ୬ ବିକେଟ ନେବା ସହିତ ୩୯ ବର୍ଷ ର ପୁରୁଣା ରେକର୍ଡ ବି ଭାଙ୍ଗିଦେଲେ। ସେ ପ୍ରଥମ ଭାରତୀୟ ହେଲେ ଯିଏ ନିଜ ଟେଷ୍ଟ କେରିଅର ର ପ୍ରଥମ ବର୍ଷ ୪୫ ବିକେଟ ନେଇଛନ୍ତି। ସେ ପୂର୍ବ ଖେଳାଳି ଦିଲୀପ ଯୋଶୀ ଙ୍କ ରେକର୍ଡ କୁ ଭାଙ୍ଗିଲେ। ଦିଲୀପ ଯୋଶୀ ୩୯ ବର୍ଷ ପୂର୍ବେ ୧୯୭୯ ରେ ୪୦ ବିକେଟ ନେଇଥିଲେ।

ଅଷ୍ଟ୍ରେଲିଆ ର ବେଟିଙ୍ଗ ବହୁତ ଖରାପ ଥିଲା, ଅପନିଙ୍ଗ ଯୋଡି ଏତେ ଭଲ ପଦର୍ଶନ ନ ନକରି ପାରିବାରୁ ଟିମ ବହୁତ କମ ସ୍କୋର ରେ ଅଲ ଆଉଟ ହେଇଗଲା। ଦଳର ଅପନିଙ୍ଗ ଯୋଡି କୁ ଇସାନ୍ତ ଶର୍ମା ଆଉଟ କରିଦେଲେ। ଦଳର ଅଧିକାଂଶ ଖେଳାଲି 20 ରନ ଭିତରେ ଆଉଟ ହେଇଗଲେ।

ଅଷ୍ଟ୍ରେଲିଆ ତରଫରୁ ଅଧିନାୟକ ଟିମ ପେନ ଆଉ ହରିସ ସବୁଠାରୁ ଅଧିକ ୨୨-୨୨ ରନ କରି ପାରିଥିଲେ। ତାପରେ ଉସମାନ କ୍ୱାହଜ ୨୧ ରନ, ସନ ମାର୍ଶ ୧୯ ରନ, ଦେବୀଟ ହେଡ ୨୦ ରନ ଆଉ ଫାମିଶ ୧୭ ରନ କରି ଆଉଟ ହେଇଗଲେ। ଟିମ ର ଦୁଇଜଣ ଖେଳାଳି ସୁନ ରନ ରେ ଆଉଟ ହେଇଗଲେ।