ଆପଣଙ୍କ ପାଦ ବି ସବୁବେଳେ ଥଣ୍ଡା ରହୁଥିଲେ ଶରୀର ଦେଉଛି ଏହିସବୁ ଅଭାବର ସଙ୍କେତ, ଅଣଦେଖା କଲେ ବଢିପାରେ ସମସ୍ୟା
ତେବେ ଯଦି ଆପଣଙ୍କୁ ବି ଏପରି କିଛି ଅନୁଭବ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପରାମର୍ଶ କରି ଉପଯୁକ୍ତ ଉପାୟ ଅବଲମ୍ବନ କରନ୍ତୁ । ନଚେତ୍ ଆପଣ ଭବିଷ୍ୟତରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରି ପାରନ୍ତି । ବିଶେଷ କରି ଆନିମୀୟାର ଶିକାର ହୋଇ ପାରନ୍ତି ।
ତେବେ ଆସନ୍ତୁ ଜାଣିବା ଶୀତ ଦିନେ ହାତ ଓ ପାଦରେ ଥଣ୍ଡା ଲାଗି ରହିବା ଶରୀରରେ କେଉଁ ଭିଟାମିନ ଅଭାବର ଲକ୍ଷଣ ଅଟେ ।
ଏହା ଶରୀରରେ ଭିଟାମିନ ବି ୧୨ ର ଅଭାବର ଲକ୍ଷଣ ଅଟେ । ଶରୀର ଆବଶ୍ୟକ କରୁଥିବା ଭିଟାମିନ ଗୁଡ଼ିକ ମଧ୍ୟରୁ ଭିଟାମିନ ବି ୧୨ ଏକ ବିଶେଷ ଗୁରୁତ୍ବପୂର୍ଣ୍ଣ ଭିଟାମିନ ଅଟେ । ଯାହା ଶରୀରରେ ବୃଦ୍ଧି, ମାନସିକ ସ୍ତରରେ ସ୍ଥିରତା ଆଦିରେ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ ।
ଶରୀରରେ ଭିଟାମିନ ବି ୧୨ ଅଭାବ ଥିବାର ଲକ୍ଷଣ ଗୁଡ଼ିକ ହେଉଛି -
• ଦୁର୍ବଳ ଲାଗିବା ।
• ଜଲ୍ଦୀ ହାଲିଆ ହୋଇଯିବା ।
• ମାନସିକ ଅସ୍ଥିରତା ।
• ଶୀତ ଦିନେ ପାଦ ଅଧିକ ଥଣ୍ଡା ଲାଗିବା ଇତ୍ୟାଦି ।
ତେବେ ଜାଣନ୍ତୁ ଏହାକୁ କିପରି ଦୂର କରିବେ -
• ବାଦାମ ଓ ଡ୍ରାଏ ଫ୍ରୁଟସ ଖାଆନ୍ତୁ ।
• ନିୟମିତ କ୍ଷୀର ପିଅନ୍ତୁ ।
• ଡାଳିମ୍ବ ଓ ବିଟ୍ ଭଳି ଖାଦ୍ୟ ଖାଆନ୍ତୁ ।
• ପୋଇ ଓ ଶାଗ ଜାତୀୟ ଖାଦ୍ୟ ଖାଆନ୍ତୁ ।