ଆପଣ ମଧ୍ୟ ମୋବାଇଲ କୁ ତକିଆ ତଳେ ରଖି ଶୋଉଚନ୍ତି କି ! ହୁଅନ୍ତୁ ସାବଧାନ, ଆପଣଙ୍କ ଜୀବନ ବିପଦରେ ଅଛି

ଆମ ନିତିଦିନିଆ ଜୀବନରେ ଦେଖିଥିବା ଅଧିକାଂଶ ଲୋକେ ତକିଆ ତଳେ ମୋବାଇଲ କୁ ରଖି ସୋଇପଡ଼ନ୍ତି । ଏହା ଫଳରେ ସେ ସଂକଟରେ ପଡି ପାରନ୍ତି, ଯଦି ଆପଣ ବି ଏମିତିକା ଭୁଲ କରୁଛନ୍ତି ତାହାଲେ ଏହି ଖବର କୁ ଥରେ ନିଶ୍ଚିତ ପଢନ୍ତୁ । ଆସନ୍ତୁ ଜାଣିବା ମୋବାଇଲ କୁ କେଉଁଠାରେ ରଖିଲେ କଣ କ୍ଷତି ହୁଏ … ମୋବାଇଲ କୁ ତକିଆ ତଳେ ରଖିଲେ : ଅନେକ ଲୋକେ ନିଜ ମୋବାଇଲ କୁ ତକିଆ
 

ଆମ ନିତିଦିନିଆ ଜୀବନରେ ଦେଖିଥିବା ଅଧିକାଂଶ ଲୋକେ ତକିଆ ତଳେ ମୋବାଇଲ କୁ ରଖି ସୋଇପଡ଼ନ୍ତି । ଏହା ଫଳରେ ସେ ସଂକଟରେ ପଡି ପାରନ୍ତି, ଯଦି ଆପଣ ବି ଏମିତିକା ଭୁଲ କରୁଛନ୍ତି ତାହାଲେ ଏହି ଖବର କୁ ଥରେ ନିଶ୍ଚିତ ପଢନ୍ତୁ । ଆସନ୍ତୁ ଜାଣିବା ମୋବାଇଲ କୁ କେଉଁଠାରେ ରଖିଲେ କଣ କ୍ଷତି ହୁଏ …

ମୋବାଇଲ କୁ ତକିଆ ତଳେ ରଖିଲେ :

ଅନେକ ଲୋକେ ନିଜ ମୋବାଇଲ କୁ ତକିଆ ତଳେ ରଖି ସୋଇଥାନ୍ତି ମାତ୍ର ତକିଆ ତଳେ ମୋବାଇଲ ରଖିଲେ ଏଥିରୁ ବାହାରୁଥିବା ହାନିକାରକ ତରଙ୍ଗ ନିଦ ପାଇଁ ଜରୁରୀ ହରମୋନ ମେଲାଟୋନିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ । ଫଳରେ ଭଲ ଭାବେ ନିଦ ହୋଇନଥାଏ । ବେଳେ ବେଳେ ମୋବାଇଲ ଗରମ ହୋଇ ଯାଏ ଚାପି ହୋଇ ଏବଂ ନିଆଁ ଲାଗିବାର ସମ୍ଭାବନା ଥାଏ ।

ମୋବାଇଲ କୁ ପ୍ୟାଣ୍ଟ ପଛ ପକେଟ :

ମୋବାଇଲରୁ ବାହାରୁଥିବା ବିକିରଣ ଆମ ଶରୀରର କୋଷିକାଗୁଡ଼ିକୁ ଶୋଷିଥାନ୍ତି । ଏଥିଲାଗି ପ୍ୟାଣ୍ଟ ପଛ ପକେଟରେ ସବୁବେଳେ ମୋବାଇଲ ରଖିଲେ ନିତମ୍ବଠାରୁ ଯନ୍ତ୍ରଣା ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଯନ୍ତ୍ରଣା ବଢିଥାଏ ।

ମୋବାଇଲ କୁ ପ୍ୟାଣ୍ଟ ଆଗ ପକେଟ

ପ୍ୟାଣ୍ଟ ଆଗ ପକେଟରେ ଫୋନ ରଖିବା ବିପଦ କାରଣ ଏହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ।

ମୋବାଇଲ କୁ ସାର୍ଟ ପକେଟ

ଗବେଷଣାରୁ ଜଣାପଡିଛି ସାର୍ଟ ପକେଟରେ ମୋବାଇଲ ଫୋନ ରଖିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ରହିଛି । ପକେଟରେ ମୋବାଇଲ ରିଙ୍ଗ୍ ହେଲେ ବ୍ୟକ୍ତିଜଣକର ହୃଦସ୍ପନ୍ଦନ ବଢ଼ିଯାଏ । ଏହାଛଡ଼ା ରକ୍ତରେ ଅଚାନକ କୋଲେଷ୍ଟ୍ରଲର ମାତ୍ରା ବି ବଢିଥାଏ । ଯାହାଫଳରେ ହୃଦଘାତ ହେବାର ଆଶଙ୍କା ରହିଛି ।