ନକଲି କରୋନା ଟୀକା ପ୍ରତି ସାବଧାନ ! ଆସନ୍ତୁ ଜାଣିବା ଭ୍ୟାକ୍ସିନ୍ ଅସଲି କି ନକଲି ପରଖିବାର ଅସଲି ଫର୍ମୁଲା

 

ପ୍ରାୟ ଦୁଇ ବର୍ଷ ହେବ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ରହିଛି। କୋଟି କୋଟି ଲୋକେ ଏହାଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଅନେକେ ମୃତ୍ୟୁବରଣ କରିଥିଲେ। ତେବେ, ଏହାରି ଭିତରେ କରୋନା ଟୀକା ବରଦାନ ସାବ୍ୟସ୍ତ ହୋଇଥିଲା। କିନ୍ତୁ, ଏବେ କେତେକ ସ୍ଥାନରେ ନକଲି ଟୀକା ଦିଆଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍ଡ ଟୀକା ମିଳିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଲି ଟିକାକୁ ନେଇ ସତର୍କ କରାଇ ଦେଇଛି।

ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁଡିକୁ ଚିଠି ଲେଖାଯାଇଛି। ଏହି ଚିଠିରେ ଟିକା ଅସଲି ନା ନକଲି ଜାଣିବା ପାଇଁ ରାଜ୍ୟଗୁଡିକୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ସଂପର୍କିତ କେତେକ ସୂଚନା ଦିଆଯାଇଛି। ତେବେ, ଆସନ୍ତୁ ଜାଣିବା କିଛି ତଥ୍ୟ ଯାହା ଦ୍ୱାରା ଆପଣ ଅସଲି ଏବଂ ନକଲି ଟୀକା ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ:-

କୋଭିସିଲ୍ଡ:-

୧. ଏହାର ଏସଆଇଆଇର ପ୍ରୋଡକ୍ଟ ଲେବଲ, ଲେବଲର ରଙ୍ଗ ଗାଢ ସବୁଜ ରହିଛି।

୨. ବ୍ରାଣ୍ଡର ନାମ ଟ୍ରେଡ ମାର୍କ ସହ କୋଭିସିଲ୍ଡ ଲେଖା ହୋଇଛି।

୩. ଜେନେରିକ ନାମର ଟେକ୍ସଟ ଫଣ୍ଟ ବୋଲ୍ଡ ଅକ୍ଷରରେ ଲେଖା ଯାଇନାହିଁ।

୪. ଏହାର ଉପରେ ସିଜିଏସ ନଟ୍ ଫର ସେଲ୍ ମଧ୍ୟ ଲେଖା ହୋଇଛି।

 

କୋଭାକ୍ସିନ:-

୧. ଲେବଲ ଉପରେ ଇନଭିଜିବିଲିଟି ଅର୍ଥାତ ଅଦୃଶ୍ୟ ୟୁଭି ହେଲିକ୍ସ ରହିଛି, ଯାହାକୁ କେବଳ ୟୁଭି ଲାଇଟରେ ହିଁ ଦେଖା ଯାଇ ପାରିବ।

୨. ଲେବଲ କ୍ଲେମ ଡଟ୍ସ ମଧ୍ୟରେ ଛୋଟ ଅକ୍ଷରରେ ଛପି ରହିଥିବା ଟେକ୍ସଟ ରହିଛି, ଯେଉଁଥିରେ କୋଭାକ୍ସିନ ଲେଖା ହୋଇଛି।

୩. କୋଭାକ୍ସିନରେ ଏକ୍ସର ଦୁଇଟି ରଙ୍ଗ ରହିଛି, ଯାହାକୁ ଗ୍ରୀନ ଫଏଲ ଇଫେକ୍ଟ କୁହାଯାଇଥାଏ।

ସ୍ପୁଟନିକ ଭି:-

୧. ସ୍ପୁଟନିକ-ଭି ଭ୍ୟାକ୍ସିନ ରୁଷର ଦୁଇଟି ଅଲଗା ଅଲଗା ପ୍ଲାଣ୍ଟରୁ ଆମଦାନୀ କରାଯାଇଛି। ଏଥିପାଇଁ ଏହାର ଦୁଇ ଟିକାର ଲେବଲ ମଧ୍ୟ ଭିନ୍ନ ଭିନ୍ନ ରହିଛି। କେବଳ ଉତ୍ପାଦକଙ୍କ ନାମ ଛଡ଼ା ସମସ୍ତ ସୂଚନା ଓ ଡିଜାଇନ ସମାନ ରହିଛି।

୨. ଏ ପର୍ଯ୍ୟନ୍ତ ଯେତେ ବି ଭ୍ୟାକ୍ସିନ ଆମଦାନୀ କରାଯାଇଛି, ସେଥି ମଧ୍ୟରୁ କେବଳ ୫ ଏମପୁଲର ପ୍ୟାକେଟରେ ଇଂରାଜୀରେ ଲେବଲ ଲେଖା ହୋଇଛି। ଏହା ବ୍ୟତୀତ ବାକି ପ୍ୟାକେଟରେ ରୁଷି ଭାଷାରେ ଲେଖା ହୋଇରହିଛି।