କରୋନା ଟୀକା ନେବାପରେ ଏହି ପାର୍ଶ୍ଵପ୍ରତିକ୍ରିୟା ଦେଖାଦେଲେ ହୁଅନ୍ତୁ ସାବଧାନ ! ନହେଲେ ପରିଣାମ ହେବ ଭୟାନକ….

 

ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ପ୍ରକ୍ରିୟାକୁ ପ୍ରମୁଖ ଅସ୍ତ୍ର ଭାବରେ ଗ୍ରହଣ କରାଯାଇଛି। କରୋନା ଜନିତ ମୃତ୍ୟୁ ଏବଂ ଏହାର ଭୟାଭୟତା ଠାରୁ ରକ୍ଷା ପାଇବା ପାଇଁ କରୋନା ଟୀକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। 

ତେବେ ଟୀକାକରଣ ପ୍ରକ୍ରିୟା ଧ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହାକୁ ନେବାପରେ ହେଉଥିବା ପାର୍ଶ୍ଵପ୍ରତିକ୍ରିୟା କୁ ନେଇ ଲୋକେ ସନ୍ଦେହ ମଧ୍ୟରେ ରହୁଛନ୍ତି। ପ୍ରକୃତରେ କୋଭିସିଲ୍ଡ ଭ୍ୟାକସିନ ଲଗାଇବା ପରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯିବା ନେଇ ଅଭିଯୋଗ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛନ୍ତି।

ଏହି ଆଡଭାଇଜରୀ ଅନୁଯାଇ ଯେକୌଣସି ଭ୍ୟାକସିନ୍ ନେବା ପରେ ଯଦି ଶରୀରରେ ଛେତାପଣ, ଛାତିରେ ଯନ୍ତ୍ରଣା, ବିନା ବାନ୍ତିରେ ପେଟରେ ଯନ୍ତ୍ରଣା, ପ୍ରଚଣ୍ଡ ମୁଣ୍ଡବ୍ୟଥା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା ପରି ଲକ୍ଷଣ ଦେଖା ଦିଏ ତେବେ ଟୀକାକରଣ କେନ୍ଦ୍ରକୁ ଯାଇ ରିପୋର୍ଟ  କରିବାକୁ କୁହାଯାଇଛି।

ଏଥିସହିତ ଟୀକାକରଣ ପରେ ଏହି ୩ ଲକ୍ଷଣ ଦେଖାଦେଲେ ଏହାକୁ ଅଣଦେଖା ନ କରିବାକୁ ପରାମର୍ଶ ଦିଆଯାଇଛି:-

୧. ଇଞ୍ଜେକସନ ନେଇଥିବା ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ନାଲି ଚିନ୍ହ ଦେଖାଗଲେ ସତର୍କ ରହିବା ପାଇଁ କୁହାଯାଇଛି।

୨. ଟୀକା ନେବାପରେ ପ୍ରଚୁର ମୁଣ୍ଡବ୍ୟଥା ସହିତ ବିନା ବାନ୍ତିରେ ପେଟ ବ୍ୟଥା ହେଲେ ତୁରନ୍ତ ଭ୍ୟାକସିନେସନ ସେଣ୍ଟରକୁ ଯାଇ ଏହି ଲକ୍ଷଣ ସମ୍ବନ୍ଧ୍ୱରେ ଅବଗତ କରାଇବା ପାଇଁ କୁହାଯାଇଛି।

୩. ଭ୍ୟାକସିନ୍ ଲଗାଇବା ପରେ ଥକ୍କା ଲାଗିବା, ଶରୀରର କୌଣସି ଅଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା, ଆଖି ବିନ୍ଧା ସହ ଧୂସର ଧୂସର ଦିଶିବା, ମୁଡ୍ ସ୍ୱିଂଙ୍ଗ ହେବା ସାଧାରଣ କଥା ନୁହେଁ ତେଣୁ ଏପରି ହେଲେ ତୁରନ୍ତ ଭ୍ୟାକସିନେସନ ସେଣ୍ଟରରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି।