ଆଜିଠାରୁ ହିଁ ଖାଇବା ଆରମ୍ଭ କରନ୍ତୁ କ୍ୟାପ୍ସିକମ୍! ଓଜନ କମାଇବା ସହିତ ଏହି ୫ଟି ସମସ୍ୟା ଠାରୁ ପାଇବେ ମୁକ୍ତି

 

କେବଳ ଯେ ଭାରତ ତାହା ନୁହେଁ ବରଂ ସାରା ବିଶ୍ୱରେ ଅନେକ ପ୍ରକାର ରେସିପି ପ୍ରସ୍ତୁତ କରିବା ପାଇଁ କ୍ୟାପ୍ସିକମ୍ ବ୍ୟବହାର କରାଯାଇଥାଏ। ଏହା ଅନେକ ପ୍ରକାରର ଭିଟାମିନ ଦ୍ୱାରା ଭରି ରହିଥିବା ବେଳେ ବିଭିନ୍ନ ପ୍ରକାର ରୋଗକୁ ଭଲ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

 ୧. କ୍ୟାପ୍ସିକମ୍ ଖାଇବା ଦ୍ୱାରା ଆପଣଙ୍କ ଚେହେରା ସଫା ଦେଖାଯିବା ସହିତ ଗ୍ଲୋ ମଧ୍ୟ କରିଥାଏ। ଏଥିରେ ଭିଟାମିନ ଏ ରହିଥିବା ବେଳେ ଏହା ଆଖିରେ ହେଉଥିବା ରୋଗକୁ ରୋକିବାରେ ସହାୟକ ହୋଇଥାଏ।

 ୨. ଲାଲ୍ କ୍ୟାପସିକମରେ ଥିବା ଫାଇଟୋନ୍ୟୁଟ୍ରିଏଣ୍ଟ୍ ଲାଇକୋପିନ୍ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହି ପରିବା ଫୋଲେଟ୍ ଏବଂ ଭିଟାମିନ୍ B6ର ଏକ ଉତ୍ସ ଅଟେ, ଯାହାକି ହୋମୋସିଷ୍ଟାଇନ୍ ସ୍ତରକୁ ହ୍ରାସ କରିଥାଏ। ଯେଉଁଥିପାଇଁ ହୃଦରୋଗର ଆଶଙ୍କା ହ୍ରାସ ପାଇଥାଏ।

୩. କ୍ୟାପ୍ସିକମ୍ ଖାଇବା ଦ୍ୱାରା ଶରୀରର ଫ୍ୟାଟ୍ ବର୍ଣ୍ଣ ହେବା ସହିତ ପାଚନ ଶକ୍ତି ମଧ୍ୟ ଉନ୍ନତ ହୋଇଥାଏ।

୪. ଏହା ନିୟମିତ ଭାବରେ ଖାଇବା ଦ୍ୱାରା ଆପଣଙ୍କ ବାଳର ଘନତ୍ୱ ବଜାୟ ରହିବା ସହିତ ଝଡ଼ିବା ଭଳି ସମସ୍ୟା ଠାରୁ ବର୍ତ୍ତି ପାରିବେ।

 ୫. ଏଥିରେ ଆଣ୍ଟିଇଂଫ୍ଲାମେଣ୍ଟାରୀ ପୋଷକତତ୍ତ୍ୱ ସହିତ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହାକି କ୍ୟାନ୍ସର ଭଳି ଭୟଙ୍କର ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ।