ବସିଥିବା ସମୟରେ ହଠାତ୍ ଛାତି ପେନ୍ ହେଉଛି କି? ତେବେ ତୁରନ୍ତ କରନ୍ତୁ ଏହି କାମ, ତୁରନ୍ତ କଷ୍ଟରୁ ମିଳିବ ଆରାମ
ଅନେକ ସମୟରେ ଆମେ ଏହି ଯନ୍ତ୍ରଣାକୁ ଅଣଦେଖା କରିଥାଏ । ଯାହା ସମ୍ପୂର୍ଣ ରୂପେ ଅନୁଚିତ୍ ଅଟେ । ଆମର ଏହି ଅଣଦେଖା ହୁଏ ତ ଆମକୁ ବିପଦକୁ ଟାଣି ନେଇପାରେ । ହେଲେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଛାତି ଯନ୍ତ୍ରଣା ହେବା ମାତ୍ରେ ଭୟଭୀତ ହୋଇ ଯାଆନ୍ତି । ଏବଂ କଣ କରିବେ କିଛି ଜାଣି ପାରନ୍ତି ନାହିଁ ।
ହେଲେ ମନେ ରଖନ୍ତୁ ଛାତିରେ ଯନ୍ତ୍ରଣା ସମୟରେ ଏହାକୁ ଅତି ହାଲକାରେ ନେବା ବା ଅତି ଭୟଭୀତ ହୋଇ ଯିବା ଦୁଇଟି ଜାକ ସ୍ବାସ୍ଥ୍ୟ ସମସ୍ୟାକୁ ଅଧିକ ବଢ଼ାଇ ଦେଇଥାଏ । ତେଣୁ କରି ସାବଧାନର ସହ ବୁଦ୍ଧିମାନର ପଦକ୍ଷେପ ନେବା ହିଁ ଉଚିତ୍ ମାର୍ଗ ଅଟେ ।
ତେବେ ଆସନ୍ତୁ ଜାଣିବା ଛାତିରେ ବା ହାର୍ଟ ରେ ଆମେ ତୁରନ୍ତ ଉପଶମ ପାଇବା ପାଇଁ ଘରୋଇ ଉପାୟରେ କେଉଁ ପଦକ୍ଷେପ ଗ୍ରହଣ କରି ପାରିବା ।
• ଅଧିକ ଡରନ୍ତୁ ନାହିଁ, ନିଜ ନିଶ୍ବାସ ପ୍ରସ୍ଵାସ ରେ ନିଜର ନିୟନ୍ତ୍ରଣ ରଖନ୍ତୁ ।
• ଆରାମରେ ବସି ପାଣି ପିଅନ୍ତୁ ।
• ଦୁଇ ରୁ ତିନି ଖଣ୍ଡ ଅଦାକୁ ସଙ୍ଗେ ସଙ୍ଗେ ଚୋବେଇ ଖାଆନ୍ତୁ ।
• କିମ୍ବା ଯଦି ନିକଟରେ ମେଡ଼ିସିନ୍ ଷ୍ଟୋର ରହିଛି ତେବେ ସେଠାରୁ ଆସ୍ପିରିନ ଟାବଲେଟ ଆଣି ଖାଇ ଦିଅନ୍ତୁ ।
• ବଜ୍ରାସନରେ ବସି ପଡନ୍ତୁ । ଯାହା ଦ୍ଵାରା ରକ୍ତ ହୃଦୟକୁ ପ୍ରବାହିତ ହୋଇ ଆରାମ ଦେଇଥାଏ ।