ସାବଧାନ ଚିକେନ ଖାଇଲେ ହେଉଛି ବିରଳ ରୋଗ...ମରିଗଲେଣି ୨୧ ଜଣ, ଅଚଳ ହୋଇଯିବ ଗୋଡ଼ ହାତ
ଆପଣ ବି ଚିକେନ୍ ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ! ନଚେତ ଆପଣଙ୍କର ବି ଜୀବନ ଯାଇପାରେ । କାରଣ ଚିକେନ୍ ଖାଇଲେ ହେଉଛି ବିରଳ ରୋଗ । ଚିକେନ୍ ଖାଇଗଲାଣି ୨୧ ଜଣଙ୍କ ଜୀବନ । ତେବେ ଦର୍ଶକବନ୍ଧୁ ଆପଣଙ୍କୁ ସମ୍ପୂର୍ଣ୍ଣ କଥା କହିବା ପୂର୍ବରୁ ଆମେ ପଚାରିବାକୁ ଚାହିଁବୁ ଆପଣଙ୍କ ମନପସନ୍ଦର ଆଇଟମ ଚିକେନ୍ ନୁହେଁ ତ? ଯଦି ହଁ ତାହେଲେ ସାମାନ୍ୟ ସତର୍କ ହୋଇଯାନ୍ତୁ। ନଚେତ ଆପଣ ମଧ୍ୟ ଏଭଳି ଅଜଣା ରୋଗର ଶିକାର ହୋଇପାରନ୍ତି ଏବଂ ଆପଣଙ୍କର ମଧ୍ୟ ଚିକେନ୍ ଖାଇ ଜୀବନ ଯାଇପାରେ ।
ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ବହୁତ ଭଲ ପାଆନ୍ତି । ଚିକେନ୍ ଏମିତି ଏକ ଖାଦ୍ୟ ଯାହା ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ । ଆଜିକାଲି ଲୋକମାନଙ୍କର ଖାଦ୍ୟ ତାଲିକାର ଶୀର୍ଷରେ ଥାଏ ଚିକେନ୍ ତରକାରୀ । ପାର୍ଟି ହେଉ କି ଭୋଜି ଚିକେନ୍ ଆଇଟମ ବିନା ସବୁକିଛି ଫିକା ଲାଗେ । ସମସ୍ତଙ୍କ ଘରେ ପ୍ରାୟତଃ ଚିକେନର ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ହେଉଥିବ । ବିଶେଷକରି ରବିବାର ଦିନ ଟିକିଏ ଚିକେନ୍ ନହେଲେ ଖାଇବାରେ ମଜା ଆସେ ନାହିଁ ।
କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଖାଉଥିବା ଚିକେନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ! ଯଦି ଆପଣ ବି ଜଣେ ଚିକେନ୍ ଲଭର୍ ତେବେ ବର୍ତ୍ତମାନ ସତର୍କ ହେବାର ସମୟ ଆସିଯାଇଛି । ଆଜିକାଲି ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଅର୍ଥାତ GBS ନାମକ ଏକ ଭାଇରସ ଦ୍ରୁତ ଗତିରେ ବଢ଼ିବାରେ କଲାଗିଛି । ଯେଉଁଥିରେ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇ ୨୧ ଜଣଙ୍କ ଜୀବନ ବି ଗଲାଣି । ଏଭଳି ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଶାସନ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାଇରସ କମ୍ ରନ୍ଧା ହୋଇଥିବା କୁକୁଡ଼ାରେ ମିଳିପାରେ, ଯାହା ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ବୃଦ୍ଧି କରେ । ତେଣୁ କମ ରନ୍ଧା ଚିକେନ୍ ଖାଇବାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ GBS ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଜନସାଧାରଣଙ୍କୁ ସଫାସୁତୁରା ଖାଦ୍ୟ ପ୍ରତି ଯତ୍ନ ନେବାକୁ ଏବଂ ଚିକେନକୁ ଠିକ୍ ଭାବରେ ରାନ୍ଧିବା ପରେ ହିଁ ଖାଇବାକୁ ନିବେଦନ କରିଛନ୍ତି ।
ଆପଣମାନେ ଏହା ମଧ୍ୟ ଶୁଣିଥିବେ ଡାକ୍ତରମାନେ ପ୍ରାୟତଃ ପରାମର୍ଶ ଦିଅନ୍ତି ଯେ ଖାଦ୍ୟ ଭଲ ଭାବରେ ରାନ୍ଧିବା ଉଚିତ । ବର୍ତ୍ତମାନ, GBS ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏହି ଭାଇରସ ସତର୍କ ରହିବା ବହୁତ ଜରୁରୀ । ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ଏହି ରୋଗ ଉପରେ ନଜର ରଖିଛନ୍ତି ଏବଂ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।