ହାଇ ବ୍ଲଡ ପ୍ରେସର ଲୋକମାନେ ଶୀତଦିନେ ଖାଆନ୍ତୁ ନାହିଁ ଏହି ଜିନିଷ, ଆସିପାରେ ହାର୍ଟ ଆଟାକ୍!

 
ଯଦି ଆପଣ ହାଇ ବ୍ଲଡ ପ୍ରେସର୍ ବ୍ୟକ୍ତି ତେବେ ଭୁଲ୍ ରେ ବି ଶୀତ ଦିନେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ । ଯାହା ଆପଣଙ୍କ ଶରୀରରେ ସମସ୍ୟା ବଢ଼ାଇବା ସହିତ ଜୀବନ ନେବାର କାରଣ ମଧ୍ୟ ବନିପାରେ । ଶୀତ ଦିନେ ସାଧାରଣତଃ ବିଭିନ୍ନ ଚଟ୍ ପଟା ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ । ତେବେ ଜାଣନ୍ତୁ ଏ ନେଇ କିପରି ହେବେ ସାବଧାନ ।

ଆମେ ଅନେକ ସମୟରେ ଛୋଟ ମୋଟ ରୋଗ ପାଇଁ ଡାକ୍ତରଙ୍କ ଔଷଧ ଉପରେ ନିର୍ଭର କରିଥାଉ । ହେଲେ କଣ ଆପଣ ଜାଣନ୍ତି ଆପଣ ଯଦି ଦୈନିକ ସାମାନ୍ୟ ନିଜ ଖାଦ୍ୟର ଶୈଳୀ ଉପରେ ଧ୍ୟାନ ଦେବେ ତେବେ ୯୦ ପ୍ରତିଶତ ରୋଗ ଠାରୁ ନିଜକୁ ରକ୍ଷା କରି ପାରିବେ । କୁହାଯାଏ ଶରୀର ହେଉଛି ରୋଗର ବାସସ୍ଥଳୀ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ କଣ ଆପଣ ଜାଣନ୍ତି ଶରୀରର ଗାର୍ଡିଅନ୍ କିଏ । ଶରୀରର ଗାର୍ଡିଅନ୍ ହେଉଛି ଖାଦ୍ୟ । ଆପଣ ଯଦି ଉଚିତ୍ ମାତ୍ରାରେ ଉଚିତ୍ ଖାଦ୍ୟ ଖାଇବେ ତେବେ ଏହି ଗାର୍ଡିଅନ୍ ଆପଣଙ୍କ ଶରୀର ମଧ୍ୟକୁ ଅନେକ ରୋଗକୁ ପଶିବାକୁ ଦେବ ନାହିଁ । ଆଜି ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆପଣ ହାଇ ବିପି ଓ ହାର୍ଟ ରୋଗର ଶୀକାର ହୋଇ ପାରନ୍ତି । 

• ଅଧିକ ଲୁଣ ଖାଆନ୍ତୁ ନାହିଁ । 

• ଯଦି ଆପଣ ହାଇ ବିପି ରୋଗୀ ତେବେ ଆଚାର ଠାରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ ମଧ୍ୟ ଅଧିକ ପରିମାଣର ଲୁଣ ରହିଥାଏ ।

• ଅଧିକ ମିଠା ଖାଆନ୍ତୁ ନାହିଁ । ମିଠା ଶରୀରରେ ମେଦପଣ ବଢ଼ାଇଥାଏ । 

• ମାର୍କେଟ ରେ ମିଳୁଥିବା ଫାଷ୍ଟଫୁଡ , ଚିପ୍ସ , କୋଲ୍ଡ ଡ୍ରିଙ୍କସ ଠାରୁ ଦୂରେଇ ରୁହନ୍ତୁ ।

• ପ୍ରୋସେଷ୍ଟ ମାଂସରେ ସୋଡିୟମ୍ ଅତ୍ୟଧିକ ଅଟେ । ଯଦି ଆପଣ ହାଇ ବିପି ରୋଗୀ, ତେବେ ତୁରନ୍ତ ପ୍ରକ୍ରିୟାକୃତ ମାଂସକୁ ଖାଦ୍ୟରୁ ବାଦ ଦିଅନ୍ତୁ ।