ନିଜର ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ୍, ମାତ୍ର ୭ ଦିନରେ ମିଳିବ ସୁଫଳ

 

ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି। ମେଦବହୁଳତା ଶରୀରରେ ସିଥିଳତା ଆଣିବା ସହ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଅନେକ ଗମ୍ଭୀର ରୋଗର ଶିକାର ହେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ମେଦବହୁଳତା ଏପରି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିର ଓଜନ ଏତେ ବଢ଼ିଯାଏ ଯେ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରେ।

ଯେତେବେଳେ ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଖାଆନ୍ତି, ସେତେବେଳେ ଏହି ଅତିରିକ୍ତ କ୍ୟାଲୋରୀ ଶରୀରରେ ଚର୍ବି ଆକାରରେ ଗଚ୍ଛିତ ହୋଇଥାଏ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ସହିତ ଫଳ ଏବଂ ପନିପରିବା ଗ୍ରହଣକୁ ହ୍ରାସ କରି ଜଣେ ବ୍ୟକ୍ତି ମୋଟାପଣର ଶିକାର ହୋଇଥାଏ। କିନ୍ତୁ, ଆଜି ଆମ୍ଭେ ଆପଣଙ୍କୁ ଏପରି ଏକ ପାନୀୟ ବିଷୟରେ କହିବୁ ଯାହା ପ୍ରତିଦିନ ଖାଲି ପେଟରେ ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ:-

୧. ଏହି ପାନୀୟ ତିଆରି କରିବା ପାଇଁ ଆପଣଙ୍କୁ ଗୋଟିଏ କାକୁଡି, ଏକ ଚାମଚ ଅଦା ରସ, ଗୋଟିଏ ଲେମ୍ବୁ ଏବଂ ୨୦ ଗ୍ରାମ ମିଣ୍ଟ ପତ୍ର ଏବଂ ଏକ ଗ୍ଲାସ ପାଣି ନେବାକୁ ହେବ। ବର୍ତ୍ତମାନ ମିକ୍ସଚରରେ ଏହାକୁ ମିଶାଇ ରସ ପ୍ରସ୍ତୁତ କରନ୍ତୁ।

୨. ବର୍ତ୍ତମାନ ସାତୋଟି ଗ୍ଲାସରେ ବିଶୁଦ୍ଧ ପାଣି ନେଇ ଏହି ରସକୁ ସମାନ ପରିମାଣରେ ମିଶାଇ ଦିଅନ୍ତୁ।

୩. ରାତିସାରା ରଖିବା ପରେ, ସକାଳେ ଉଠି ଖାଲିପେଟରେ ଏଥିମଧ୍ୟରୁ ଏକ ଗ୍ଲାସ ପାଣି ପିଅନ୍ତୁ।

୪. ସାତ ଦିନ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏହାକୁ ପିଇବା ପରେ ଆପଣ ନିଜ ଓଜନରେ ଫରକ ଜାଣିପାରିବେ।

ଡାକ୍ତରଙ୍କ କହିବା ଅନୁଯାଇ ଏହି ପାନୀୟ ଶରୀରକୁ ଡ଼ିଟକ୍ସିଫାଏ କରିଥାଏ ଏବଂ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିସହିତ, ଏହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। କିନ୍ତୁ ପାଇଲ୍ସ, ପେଟରେ ଅଲସର ଥିବା ଲୋକ ଏବଂ ଗର୍ଭବତୀ ମହିଳା ଏହାକୁ ପିଇବା ଉଚିତ ନୁହେଁ।