ହାର୍ଟ ଆଟାକ ଏବଂ ବ୍ଲଡ଼ ପ୍ରେସର୍ ଭଳି ରୋଗରୁ ରକ୍ଷା କରିଥାଏ ଶାରୀରିକ ସମ୍ବନ୍ଧ, ଜାଣନ୍ତୁ ଆଉ କଣସବୁ ଫାଇଦା ମିଳେ

 

କଣ ଆପଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରଖିବା ବଢ଼ାଇପାରେ ଆପଣଙ୍କ ଆୟୁଷ , କରିପାରେ ଆପଣଙ୍କୁ ଦୀର୍ଘାୟୁ ! ହୁଏ ତ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । କାରଣ ଏହା ଆମେ କହୁ ନାହିଁ ବରଂ ଏକ ରିସର୍ଚ୍ଚ ଦ୍ଵାରା ଏହା ପ୍ରମାଣିତ ହୋଇଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜ୍ଞା ହଁ । ରିସର୍ଚ୍ଚ ଅନୁସାରେ , ଯଦି ଆପଣ ଶାରୀରିକ ସମ୍ପର୍କ କାହା ସହ ରଖୁଛନ୍ତି ତେବେ ଆପଣଙ୍କର ଆୟୁଷ ବୃଦ୍ଧି ହେବାର ବେଶ୍ ସମ୍ଭାବନା ରହିଛି । ଏପରିକି ଏହା ମନୁଷ୍ୟର ମନୋବଳ ଦୃଢ଼ କରିବାରେ ବେଶ୍ ସହାୟକ ହୋଇଥାଏ ।

କେବଳ ଏତିକି ନୁହେଁ, ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ମଧ୍ୟ । ଏବଂ ଏହାର ସବୁଠାରୁ ବଡ଼ ଉପକାର ହେଉଛି ଏହା ଆମକୁ ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ତେବେ ରିସର୍ଚ୍ଚରୁ ଜଣା ପଡ଼ିଛି କି ଯଦି କେଉଁ ବ୍ୟକ୍ତି ସପ୍ତାହ ମଧ୍ୟରେ ଅଧିକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି ସେମାନଙ୍କ ଠାରେ ହାର୍ଟ ଆଟାକ୍ ର ପରିମାଣ ଖୁବ କମ ଦେଖା ଦେଇଛି । କିନ୍ତୁ ଯଦି କେଉଁ ବ୍ୟକ୍ତି ବହୁ କମ୍ ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି ସେମାନଙ୍କର ହାର୍ଟ ଆଟାକର ମାତ୍ରା ବଢିବା ସହ ସେମାନେ ଇରେକ୍ଟାଇଲ ଡିସଫଙ୍କସନ୍ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।