ଅଧିକ ଲୁଣ ଖାଇଲେ ଆପଣଙ୍କ ଶରୀରରେ ଦେଖାଦିଏ ଏହିସବୁ ଗମ୍ଭୀର ସମସ୍ୟା, ଜାଣି ରଖନ୍ତୁ ସେହିସବୁ ସମସ୍ୟା ବିଷୟରେ

 

ମଣିଷ ଧନୀ କିମ୍ବା ଗରିବ ଯେଉଁ ଶ୍ରେଣୀର ହୋଇଥିଲେ ମଧ୍ୟ ସମସ୍ତ ଖାଦ୍ୟରେ ଲୁଣର ଆବଶ୍ୟକତା ପଡିଥାଏ। ତାହା ଯେ କୌଣସି ବ୍ୟଞ୍ଜନ ହୋଇଥାଉ ନା କାହିଁକି ଅଳଣା ହୋଇଗଲେ ପାଟିକୁ ସ୍ୱାଦିଷ୍ଟ ଲାଗିନଥାଏ। ଆମେମାନେ ଖାଦ୍ୟରେ ପ୍ରତିଦିନ ଲୁଣ ଖାଉଥିଲେ ମଧ୍ୟ ଏହାକୁ ସଠିକ ପରିମାଣରେ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ।

ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାଇ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ହାଇପର୍-ଟେନସନ୍, ହୃଦରୋଗ ଏବଂ ଷ୍ଟ୍ରୋକ ପରି ସମସ୍ୟା ଦେଖା ଦେଇଥାଏ। ତେବେ ଅଧିକ ଲୁଣ ଖାଇବା ଦ୍ୱାରା ଆମ ଶରୀରରେ ଏପରି କିଛି ଲକ୍ଷଣ ଦେଖା ଦେଇଥାଏ ଯାହାକୁ ନେଇ ଆମେ ସତର୍କ ରହିବା ନିହାତି ଆବଶ୍ୟକ:-

୧. ଶରୀରରେ ସୋଡିୟମ୍ ର ମାତ୍ରା ବଢ଼ିବା ଦ୍ୱାରା ଶରୀର ଶୀଘ୍ର ଡିହାଇଡ୍ରେଟ୍ ହୋଇଥାଏ ଯାହାଫଳରେ ଆମକୁ ବେଶି ଶୋଷ ଲାଗିଥାଏ। ଏହାକୁ 'Parched mouth syndrome' ବୋଲି କୁହାଯାଏ।

୨. ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ବ୍ଲଟିଙ୍ଗ ପରି ସମସ୍ୟା ଦେଖା ଦେଇଥାଏ। ଫଳରେ ଶରୀରର ଓଜନ ବଢିବାକୁ ଲାଗିଥାଏ।

୩. ଦେହରେ ସୋଡିୟମ୍ ର ମାତ୍ରା ବଢିବା ଦ୍ୱାରା ଶରୀରରେ ମୁଣ୍ଡବିନ୍ଧା ଏବଂ 'Oedema' ପରି ଲକ୍ଷଣ ଦେଖାଦେଇଥାଏ। ଶରୀରରେ ଏହିଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।