ଅଧିକ ମାଂସ ସେବନ କଲେ ହେଉଛି ଡାଇବେଟିସ ଓ ଭୁଲିବା ସମସ୍ୟା ଭଳି ରୋଗ, ଜାଣନ୍ତୁ କେମିତି ନିଜକୁ ସୁରକ୍ଷିତ ରଖିବେ
ଆଜିକାଲି ଲୋକମାନଙ୍କ ଖାଦ୍ୟପେୟ ବହୁତ ଅଲଗା ଅଟେ । ଖାଦ୍ୟପେୟ ହିସାବରେ ଅନେକ ଲୋକ ଅନେକ ପ୍ରକାରର ଅଟନ୍ତି । କେହି ଲୋକମାନେ ଆମିଷ ଭୋଜନ କରିବାକୁ ଭଲ ପାଉଥିବା ବେଳେ କେହି କେହି ଶାକାହାରୀ ଭୋଜନ କରନ୍ତି । ଏବେ ଏହି ଭୋଜନକୁ ନେଇ ଲୋକଙ୍କ ମାନସିକତା କିଭଳି ରହିବ ସେହି ବିଷୟରେ ଆପଣମାନେ ଜାଣିପାରିବେ ।
ଆଜିକାଲି ଯୁବପିଢୀଙ୍କ ଭିତରେ ଆମିଷ ଭୋଜନ କରିବା ଅଧିକ ଦେଖାଯାଉଛି । ନନ୍ ଭେଜ୍ ଖାଦ୍ୟ ପ୍ରତି ଅଧିକ ଆକର୍ଷଣ ବଢିବାରେ ଲାଗିଛି । ଏହି ପରିବର୍ତ୍ତିତ ଜୀବନଶୈଳୀ ବିପଦ ଆଡ଼କୁ ମାଡି ଆସୁଛି ବୋଲି ଜଣାପଡ଼ୁଛି । ନିୟମିତ ଭାବରେ ଫାଷ୍ଟଫୁଡ ଆଉ ମାଂସ ସେବନ ଆପଣଙ୍କୁ ଅନେକ ରୋଗରେ ପକାଇପାରେ । ଆପଣମାନେ ଯଦି ଏହିସବୁ ଖାଦ୍ୟ ସେବନ କରୁଛନ୍ତି ଏହା ଠାରୁ ଦୂରେଇ ରୁହନ୍ତୁ ଏହା ଆପଣଙ୍କ ଜୀବନ ପ୍ରତି ବଡ ବିପଦ ସୃଷ୍ଟି କରିପାରେ ବୋଲି ଅନେକ ରିସର୍ଚରୁ ଜଣାପଡିଛି ।
ଯଦି ଆପଣମାନେ ଏହିସବୁ ଖାଦ୍ୟ ସେବନ କରୁଛନ୍ତି ତାହେଲେ ଆପଣଙ୍କ ଠାରେ ମୋଟାପା, ଡାଇବେଟିସ, ଏବଂ କୋଲେଷ୍ଟର ଆଦି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ଖାଦ୍ୟ ସେବନ କରିଲେ ଆପଣଙ୍କ ଠାରେ ଭୁଲିବା ରୋଗ ମଧ୍ୟ ଦେଖାଯାଇଥାଏ । ସାଧାରଣ ଭାବରେ ଲୋକଙ୍କ ବୟସ ବଢିବା ସହ ଭୁଲିବା ରୋଗ ବା ଅଲଝାଇମର ରୋଗ ଦେଖା ଦେଇଥାଏ ।
ଏହି ରୋଗ କାରଣରୁ ବ୍ରେନର ଚଳନ ଶକ୍ତି ହ୍ରାସ ହୋଇ ଯାଇଥାଏ । ସେଥିପାଇଁ ବୟସ ଅନୁଯାୟୀ ଆପଣଙ୍କ ଖାଦ୍ୟପେୟ ପରିବର୍ତ୍ତନ କରନ୍ତୁ । ଖାଦ୍ୟପେୟର ପ୍ରଭାବ ମଣିଷ ଉପରେ ପଡ଼ିଥାଏ । ଅଷ୍ଟେଲିଆର ବଣ୍ଡ ୟୁନଭରସିଟିର ଗବେଷକମାନେ ୪୩୮ ଜଣ ଲୋକଙ୍କୁ ନେଇ ପରୀକ୍ଷଣ କରିଥିଲେ ।
ଆମର ଖାଦ୍ୟପେୟର ପ୍ରଭାବ ସିଧାସଳଖ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ଏହି ରିସର୍ଚ୍ଚରେ ୧୮୦ ଜଣ ଲୋକ ପୂର୍ବରୁ ଫାଷ୍ଟଫୁଡ ଏବଂ ମାଂସ ଖାଉଥିଲେ ବୋଲି ତାଙ୍କ ଠାରେ ଏହି ଅଲଝାଇମର ରୋଗ ଦେଖିବାକୁ ମିଳିଥିଲା । ଆଉ ୩୩୦ ଜଣ ଲୋକଙ୍କ ଖାଦ୍ୟ ଶାକାହାରୀ ଥିବାରୁ ତାଙ୍କ ଠାରେ ଏହି ରୋଗ ଦେଖା ଯାଇନଥିଲା । ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଫଳ, ପନିପରିବା, ଡାଲି, କ୍ଷୀର, ଅଣ୍ଡା, ଦହି ସେବନ କରିବା ସହ ଦୈନିକ ୩୦ ମିନିଟ ବ୍ୟାୟାମ କରିବା ସହ ଓଜନକୁ ନିୟନ୍ତ୍ରଣରେ ରଖିବା ଉଚିତ୍ । ଆଉ ଏହାସହ ୭ ରୁ ୮ ଘଣ୍ଟା ନିଦ୍ରା, ଦିନକୁ ୨ ରୁ ୩ ଲିଟର ପାଣି ପିଇବା ଏବଂ ଚାପକୁ ନିୟନ୍ତ୍ରଣ କରିବା ଉଚିତ୍ ।