ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଦରକାର, ଜାଣନ୍ତୁ କେତେ ଓଜନ ଶରୀର ପାଇଁ ଭଲ

ବୟସ ଅନୁସାରେ ଶରୀରର ଓଜନ ଠିକ୍ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଲୋକମାନଙ୍କ ଓଜନ ବଢିବା ସହିତ ଶରୀର ଦୁର୍ବଳ ହେଉଛି। ଡାକ୍ତରଙ୍କ ମତରେ ଖାଇବା ପିଇବାର ଅନିୟମତା କାରଣରୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଏହାସହିତ ଶରୀକୁ ଉଚିତ୍ ପରିମାଣର ପ୍ରୋଟିନ ମଧ୍ୟ ମିଳିନଥାଏ। ଯାହାର ଫଳ ସ୍ୱରୂପ ଶରୀରର ଓଜନ ବଢିଥାଏ। ଆଜି ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଉଚିତ୍। ଜାଣିବା ବୟସ
 

ବୟସ ଅନୁସାରେ ଶରୀରର ଓଜନ ଠିକ୍ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଲୋକମାନଙ୍କ ଓଜନ ବଢିବା ସହିତ ଶରୀର ଦୁର୍ବଳ ହେଉଛି। ଡାକ୍ତରଙ୍କ ମତରେ ଖାଇବା ପିଇବାର ଅନିୟମତା କାରଣରୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଏହାସହିତ ଶରୀକୁ ଉଚିତ୍‌ ପରିମାଣର ପ୍ରୋଟିନ ମଧ୍ୟ ମିଳିନଥାଏ। ଯାହାର ଫଳ ସ୍ୱରୂପ ଶରୀରର ଓଜନ ବଢିଥାଏ। ଆଜି ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଉଚିତ୍‌।

ଜାଣିବା ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ:
ଜନ୍ମ ହେବା ସମୟରେ ଶିଶୁପୁତ୍ରଙ୍କ ଓଜନ ୩.୩ କିଲୋ ଓ ଶିଶୁକନ୍ୟାଙ୍କ ଓଜନ ୩.୨ କିଲୋ ରହିବା ଉଚିତ୍‌। ୬ ରୁ ୮ ମାସର ପୁତ୍ରଶିଶୁଙ୍କ ଓଜନ ୭.୮ କିଲୋ ଓ ଶିଶୁକନ୍ୟାଙ୍କ ଓଜନ ୭.୨ ରହିବା ଉଚିତ୍‌। ବର୍ଷକର ପୁତ୍ରଶିଶୁଙ୍କ ଓଜନ ୧୦.୨ ଓ ଶିଶୁକନ୍ୟାଙ୍କ ଓଜନ ୯.୫ କିଲୋ ରହିବା ଉଚିତ୍‌।

୨ ବର୍ଷର ପୁଅ ୧୨.୩ କିଲୋ ଓ ଝିଅ ୧୧.୮ କିଲୋ ରହିବା ଉଚିତ୍‌। ୫ ବର୍ଷର ପୁଅ ୧୮.୭ କିଲୋ ଓ ଝିଅ ୧୭ କିଲୋ ରହିବା ଉଚିତ୍‌। ୧୦ ବର୍ଷର ପୁଅ ୩୧.୪କିଲୋ ଓ ଝିଅଙ୍କ ଓଜନ ୩୨.୫କିଲୋ ରହିବା ଉଚିତ୍‌।

୧୨ ବର୍ଷର ପୁଅ ୩୭ କିଲୋ ଓ ଝିଅଙ୍କ ଓଜନ ୩୮.୭ କିଲୋ ରହିବା ଉଚିତ୍‌। ୧୪ ବର୍ଷର ପୁଅ ୪୭ କିଲୋ ଓ ଝିଅଙ୍କ ଓଜନ ୪୮ କିଲୋ ରହିବା ଉଚିତ୍‌। ୧୮ ବର୍ଷର ପୁଅ ୬୨.୫ କିଲୋ ଓ ଝିଅଙ୍କ ଓଜନ ୫୪ କିଲୋ ରହିବା ଉଚିତ୍‌।

୩୦ ବର୍ଷରୁ ୩୯ ବର୍ଷ ପର୍ଯ୍ୟନ୍ତ ପୁଅଙ୍କ ଓଜନ ୭୦.୨ ଓ ଝିଅଙ୍କ ଓଜନ ୫୮.୫ କିଲୋ ରହିବା ଉଚିତ୍‌। ୪୦ ବର୍ଷରୁ ୫୦ ବର୍ଷ ପୁରୁଷଙ୍କ ଓଜନ ୭୫.୬ ଓ ମହିଳାଙ୍କ ଓଜନ ୬୨ କିଲୋ ରହିବା ଉଚିତ୍‌। ୫୦ରୁ ୬୦ ବର୍ଷ ପୁରୁଷଙ୍କ ଓଜନ ୮୦.୬ ଓ ମହିଳାଙ୍କ ଓଜନ ୬୧ କିଲୋ ରହିବା ଉଚିତ୍‌।