ଏହି ୫ଟି କାରଣ ପାଇଁ ମାସିକ ପିରିୟଡସ୍ ଅନିୟମିତତା ଦେଖାଦିଏ, କେବେବି କରନ୍ତୁନି ଅଣଦେଖା

ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ। ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁୁ ପଡିଥାଏ। ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ। ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ। ଋତୁସ୍ରାବ ହେବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ କିନ୍ତୁ
 

ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ। ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁୁ ପଡିଥାଏ। ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ। ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ। ଋତୁସ୍ରାବ ହେବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ କିନ୍ତୁ କିଛି ମହିଳାଙ୍କୁ ଋତୁସ୍ରାବରେ ଅନିୟମିତତା ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣଙ୍କ ଋତୁସ୍ରାବ ସମୟ ପୂର୍ବରୁ ହୋଇ ଯାଇଥାଏ କିମ୍ବା ବିଳମ୍ବରେ ହୋଇଥାଏ; ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଆଜି ଆମେ ଆପଣଙ୍କୁ ଋତୁସ୍ରାବ ସମ୍ବନ୍ଧିତ କିଛି ମୁଖ୍ୟ କାରଣ ବିଷୟରେ ଜଣାଇବୁ।

PCOS : PCOSର ସମସ୍ୟାରେ ସର୍ବଦା ଦେଖାଯାଇଥାଏ, ଶରୀରରେ ଅପରିଷ୍କାର ହରମୋନର ମାତ୍ରା ବଢି ଯାଇଥାଏ। ଇଂନଫିରଟିଲିଟି, ଋତୁସ୍ରାବରେ ଅନିୟମିତତାର ସମସ୍ୟା ହୋଇପାରେ। ଏହି ସମସ୍ୟା ପ୍ରାୟତଃ ଯୁବତୀମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଦେଖା ଯାଇଥାଏ।

ଥାଇରଏଡ୍ : ଗଳାରେ ଥିବା ଥାଇରାଏଡ୍ ଗ୍ରନ୍ଥି ଯଦି ଅଣ୍ଡରକ୍ଟିଭ କିମ୍ବା ଓଭରଏକ୍ଟିଭ ହୁଏ, ତେବେ ଶରୀରର ହର୍ମୋନର ସନ୍ତୁଳନ ବିଗିଡି ଯାଇଥାଏ ଏବଂ ଆପଣଙ୍କ ଋତୁସ୍ରାବ ଠିକ୍ ସମୟରେ ହୋଇନଥାଏ।

ମଧୁମେହ : ରକ୍ତରେ ସୁଗାରର ମାତ୍ରା ବଢିବା ଫଳରେ ଶରୀରର ହରମୋନ ଗୁଡିକ ଅସନ୍ତୁଳିତ ହୋଇ ପଡିଥାଏ; ଯାହାଫଳରେ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ। ଏପରି କ୍ଷେତ୍ରରେ ନିଜର ଡାକ୍ତରୀ ପରୀକ୍ଷା କରାଇ ନେବା ଜରୁରୀ ଅଟେ।

ଚିନ୍ତା : ଅତ୍ୟଧିକ ଚିନ୍ତା କାରଣରୁ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ। ବାରମ୍ବାର ଚିନ୍ତାଗ୍ରସ୍ତ ହେବା କାରଣରୁ ଶରୀରରେ ଏଷ୍ଟ୍ରୋଜେନ ଏବଂ କାର୍ଟିସେଲ (Estrogen and cortisol) ନାମକ ହରମୋନ କ୍ଷରଣ ହୋଇଥାଏ। ଏହି ହରମୋନ ଗୁଡିକ ଶରୀରରେ ବଢିଯିବା ଫଳରେ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ। ଯଦି ଆପଣ ଅତ୍ୟଧିକ ଚିନ୍ତଗ୍ରସ୍ତ ରୁହନ୍ତି; ତେବେ ଆପଣଙ୍କୁ ଋତୁସ୍ରାବରେ ଅନିୟମିତତା ଦେଖାଯିବ।

ଗର୍ଭ ନିରୋଧକ ବଟିକା : ଯଦି ଆପଣ ଗର୍ଭ ନିରୋଧକ ବଟିକାର ବ୍ୟବହାର କରନ୍ତି; ତେବେ ଆପଣଙ୍କୁ ଋତୁସ୍ରାବରେ ଅନିୟମିତତା ଦେଖା ଯାଇପାରେ। ଏହି ବଟିକା ଗୁଡିକର ସେବନ ଫଳରେ ଆପଣଙ୍କ ଶରୀରରେ ହରମୋନ ଗୁଡିକ ଅସନ୍ତୁଳିତ ହୋଇଥାଏ ଏବଂ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ। ତେଣୁ ଆପଣ ଏହି ବଟିକା ଗୁଡିକର ସେବନରୁ ନିବୃତ ରୁହନ୍ତୁ।