ଗଜାମୁଗ ଖାଇଲେ ଫାଇଦା ହିଁ ଫାଇଦା, ହେଲେ ଖାଇବାର ଉପାୟ ଜଣାଥିବା ଦରକାର, ଜାଣନ୍ତୁ କେମିତି ଖାଇବେ
ଆମ ଆଖପାଖେ ଅନେକ ଜିନିଷ ମିଳିଥାଏ। ସେଥିରୁ କିଛି ଆମ ପାଇଁ ଅଦରକାରୀ ତ କିଛି ଦରକାରୀ। ହେଲେ କିଛି ଜିନିଷ ଏମିତି ଥାଏ ଯାହାର ଉପକାରୀକୁ ଆମେ ଚିହ୍ନି ପାରିନଥାଉ। ଆଛି ସେମିତି ହିଁ ଏକ ଖାଦ୍ୟ ବିଷୟରେ ଆଲୋଚନା କରିବା ଯାହାକୁ ଖାଇଲେ କେବଳ ଫାଇଦା ହିଁ ଫାଇଦା ମିଳିଥାଏ। ଗଜାମୁଗ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇଥାଏ। ଗଜାମୁଗରେ ଅନେକ ପୋଷକ ତତ୍ତ୍ବ ରହିଥାଏ। ଏହି କାରଣରୁ ଏହାକୁ ଖାଇଲେ ଶରୀର ସୁସ୍ଥ
Mar 26, 2019, 18:37 IST
ଆମ ଆଖପାଖେ ଅନେକ ଜିନିଷ ମିଳିଥାଏ। ସେଥିରୁ କିଛି ଆମ ପାଇଁ ଅଦରକାରୀ ତ କିଛି ଦରକାରୀ। ହେଲେ କିଛି ଜିନିଷ ଏମିତି ଥାଏ ଯାହାର ଉପକାରୀକୁ ଆମେ ଚିହ୍ନି ପାରିନଥାଉ। ଆଛି ସେମିତି ହିଁ ଏକ ଖାଦ୍ୟ ବିଷୟରେ ଆଲୋଚନା କରିବା ଯାହାକୁ ଖାଇଲେ କେବଳ ଫାଇଦା ହିଁ ଫାଇଦା ମିଳିଥାଏ।
ଗଜାମୁଗ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇଥାଏ। ଗଜାମୁଗରେ ଅନେକ ପୋଷକ ତତ୍ତ୍ବ ରହିଥାଏ। ଏହି କାରଣରୁ ଏହାକୁ ଖାଇଲେ ଶରୀର ସୁସ୍ଥ ରହିଥାଏ। ଏହାକୁ କେବଳ ସକାଳର ଜଳଖିଆ ଖାଇବା ସମୟରେ ଖାଇବା ଉଚିତ। ଗଜାମୁଗ ଶରୀରର ପାଇଁ ଉପକାରୀ ହୋଇଥିବାରୁ ଏହାକୁ ଅମୃତ ଆହାର କୁହାଯାଇଥାଏ।
ଏଥିରେ କ୍ଲୋରୋଫିଲ, ଭିଟାମିନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ମ୍ୟାଗନେସିୟମ, ଆଇନ ଭଳି ଖଣିଜ ପଦାର୍ଥ ରହିଥାଏ। ସାଧାରଣ ଡ଼ାଲି ଅପେକ୍ଷା ଗଜା ହୋଇଥିବା ଡ଼ାଲିରେ କାର୍ବୋହାଇଡ୍ରେଡ୍ ପ୍ରୋଟିନର ପରିମାଣ ଅଧିକ ହୋଇଯାଇଥାଏ, ଯାହା ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ।